ନବୀନଙ୍କ ରାସ୍ତାରେ ମୋଦି ! କାଳିଆ ଭଳି ଯୋଜନା ଆଣି କୃଷକଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ

847

କନକ ବ୍ୟୁରୋ : ନବୀନଙ୍କ ରାସ୍ତାରେ ଗଲେ ମୋଦି । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଖେଳିଲେ କୃଷକ କାର୍ଡ଼ । ବଜେଟରେ କୃଷକଙ୍କୁ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର । ବଜେଟରେ ହୋଇଥିବା ଘୋଷଣା ଅନୁସାରେ ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ । ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ । ପିଏମ କିଷାନ ଯୋଜନାରେ ଲାଭ ପାଇବେ ଚାଷୀ । ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ସିଧାସଳକ ଚାଷୀଙ୍କ ଖାତାକୁ ଯିବ । ୩ଟି କିସ୍ତିରେ ଏହି ଟଙ୍କା ଯୋଗାଇ ଦିଆଯିବ । ପିଛିଲା ଭାବେ ଏହି ବ୍ୟବସ୍ଥା ୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହେବ। ଏଥିରେ ମୋଟ୍ ୧୨ କୋଟି କୃଷକ ଉପକୃତ ହେବେ।

http://www.pragativadi.com

କୃଷକଙ୍କ ଖୁସି କରିବା ପାଇଁ ନବୀନଙ୍କ କାଳିଆ ଯୋଜନା ପରି ମୋଦି ସରକାର ବଜେଟରେ ଘୋଷଣା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ କୃଷକଙ୍କ ପାଇଁ କିଛି ଏପରି ଯୋଜନା କରିବା ପୂର୍ବରୁ ନବୀନ ସରକାର ରାଜ୍ୟର କୃଷକଙ୍କ ପାଇଁ ଏପରି ଯୋଜନାର ଶୁଭାରମ୍ଭ କରିସାରିଛନ୍ତି । ଓଡ଼ିଶାରେ ଏପରି ଯୋଜନା ଆରମ୍ଭ ହୋଇସାରିଛି । ଆଉ ଲୋକଙ୍କ ପାଖରେ ଟଙ୍କା ମଧ୍ୟ ପହଞ୍ଚିସାରିଛି । ନବୀନ ସରକାରଙ୍କ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରାୟ ୧୨ ଲକ୍ଷ ଚାଷୀଙ୍କ ଆକାଉଂଟକୁ ଆସିଯାଇଛି । ନବୀନ ସରକାରଙ୍କ ଏହି ଯୋଜନାର ଲକ୍ଷ୍ୟ ଥିଲା ୩୦ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ କିପରି ଉପକୃତ ହୋଇପାରିବେ । କାଳିଆ ଯୋଜନା ଅନୁସାରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯାଉଛି । ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା,ବିନା ସୁଧରେ ଫସଲ ଋଣ ଯୋଗାଇ ଦିଆଯାଉଛି ।

narendra-modi
https://aajtak.intoday.in

ପୂର୍ବରୁ କୃଷି ସଙ୍କଟ ଓ କୃଷକଙ୍କ ଅସୁବିଧା ମୁଦ୍ଦାରେ ଲଗାତାର ମୋଦି ସରକାର ବିରୋଧୀଙ୍କ ଟାର୍ଗେଟରେ ରହୁଥିଲେ । ମୋଦି ସରକାର ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକଙ୍କ ପାଇଁ କିଛି କରୁନାହାନ୍ତି ବୋଲି ବାରମ୍ବାର ସମାଲୋଚନାର ଶିକାର ହେଉଥିଲେ । ଆଉ ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ଶେଷ ବଜେଟରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ହିନ୍ଦି ବେଲ୍ଟର ୩ ପ୍ରମୁଖ ରାଜ୍ୟ ବିଜେପି ହାତରୁ ଖସିଗଲା । ଆଉ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା ଦେଇଥିଲା । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ଧୂଳି ଚଟାଇବା କଂଗ୍ରେସ ।

କୃଷକଙ୍କୁ ଋଣଛାଡ଼ ପ୍ରତିଶ୍ରୁତି ଦେଇ ବାଜିମାରିନେଲା କଂଗ୍ରେସ । ତେବେ କଂଗ୍ରେସ ଯେ କେବଳ ପ୍ରତିଶ୍ରୁତି ଦେଇଥିଲା ତା’ନୁହେଁ ନିର୍ବାଚନ ଜିତିବା ପରେ ଋଣ ଛାଡ଼ ପ୍ରତିଶ୍ରୁତିକୁ ପାଳନ ମଧ୍ୟ କରିଥିଲା । ତିନି ବିଜେପି ସତ୍ତାରୂଢ଼ ରାଜ୍ୟରେ କାମ କଲାନି ମୋଦି ଲେହେର । ଏସବୁ ପରେ ମୋଦି ସରକାର ଆଗାମୀ ନିର୍ବାଚନ ପାଇଁ ଖେଳିଛନ୍ତି କୃଷକ କାର୍ଡ଼ । ଆଗାମୀ ଲୋକସଭା ନିର୍ବାଚନରେ କୃଷକଙ୍କୁ ଫୋକସରେ ରଖି ତିଆରି କରିଛନ୍ତି ଚଳିତ ବଜେଟ୍ ।

ସୂଚନାଯୋଗ୍ୟ ନବୀନ ସରକାରଙ୍କ କାଳିଆ ଯୋଜନା ପରି ମୋଦି ସରକାର ଚଳିତ ବଜେଟରେ ଘୋଷଣାଳଅନୁସାରେ କୃଷକଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯିବ । ତେବେ ଏପରି କିଛି ସ୍କିମ ଦେଶର କିଛି ରାଜ୍ୟରେ ପୂର୍ବରୁ ଚାଲୁଅଛି । ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ସରକାର ରାୟତୁ ବନ୍ଧୁ ଯୋଜନା ଅନୁସାରେ କୃଷିରେ ନିବେଶ-ଖାଦ, ବିହନ, କୀଟନାଶକ ଆଦିରେ ସହାୟତା ଯୋଗାଇବା ପାଇଁ ୪୦୦୦ ହଜାର ପ୍ରତି ଏକରରେ ପ୍ରଦାନ କରୁଛିନ୍ତି । ସେହିପରି ଝାଡରଖଣ୍ଡରେ ସରକାର ଚଳିତ ବିତ୍ତ ବର୍ଷରେ ୨୩ ଲକ୍ଷ ମଧ୍ୟମ ଓ ସୀମାନ୍ତ କୃଷକଙ୍କୁ ପ୍ରତିମାସ ୫୦୦୦ ଟଙ୍କା ପ୍ରତି ପ୍ରଦାନ କରୁଛନ୍ତି । ପଶ୍ଚିମବଙ୍ଗ ସରକାର ମଧ୍ୟ କୃଷକଙ୍କ ପାଇଁ କିଛି ଏପରି ଯୋଜନା କରିଛନ୍ତି ।