ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କଂଗ୍ରେସ ବିଜେପିକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ.

133

କନକବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀଙ୍କ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ ବିଜେପି ଓ କଂଗ୍ରେସକୁ ନୋଟିସ ଜାରି କରିଛନ୍ତି।

ସାମ୍ପ୍ରଦାୟିକ ବୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ନିର୍ବାଚନୀ ସଭାରେ ଭୁଲ୍ ତଥ୍ୟ ଦେବା ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଆକ୍ସନ ମୋଡରେ ଭାରତୀୟ ନିର୍ବାଚନ କମିଶନ । ଏନେଇ କମିଶନଙ୍କ ପକ୍ଷରୁ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ୨୯ ଅପ୍ରେଲ ପୂର୍ବାହ୍ନ ୧୧ଟା ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ଉଭୟ ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଧର୍ମ, ଜାତି, ସମୁଦାୟ ଓ ଭାଷା ଆଧାରରେ ସାମ୍ପ୍ରଦାୟିକ ବୟାନ ନେଇ ଘୃଣା ସୃଷ୍ଟି କରୁଥିବା ନେଇ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ କରିଥିଲା କଂଗ୍ରେସ । ସେପଟେ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ଭାରତରେ ଗରିବୀ ବଢିଥିବା ନେଇ ରାହୁଲ ଗାନ୍ଧୀ ଭୁଲ ତଥ୍ୟ ଦେଇଥିବା ନେଇ ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା ।