ଓଡିଶା ସମେତ ୫ଟି ରାଜ୍ୟରେ ଇଭିଏମରେ ତ୍ରୁଟି ନେଇ ଅଭିଯୋଗ । ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ

128

କନକ ବ୍ୟୁରୋ: ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ମତଦାନ ଚାଲିଛି । ତେବେ ଇଭିଏମ ତ୍ରୁଟି ଯୋଗୁଁ ବହୁ ମତଦାନ କେନ୍ଦ୍ରରେ ମତଦାନ ବାଧାପ୍ରାପ୍ତ ହୋଇଛି । ଉତରପ୍ରଦେଶର ମଥୁରା ଓ ଆଗ୍ରାର କେତକ ବୁଥରେ ଇଭିଏମରେ ତ୍ରୁଟି ହେବାରୁ ଭୋଟ ଗ୍ରହଣ ବିଳମ୍ବିତ ହୋଇଛି । ସେହିପରି ମହାରାଷ୍ଟ୍ର, ଆସାମ ଓ ତାମିଲନାଡୁର ମଧ୍ୟ ଇଭିଏମ ତ୍ରୁଟିର ଖବର ଆସିଛି । ଉତରପ୍ରଦେଶ ଆଗ୍ରାର ୨୦୧ ନଂ ବୁଥ, ମଥୁରାର ୧୪୮ ନଂ ବୁଥ ଓ ଫତେପୁର ସିକ୍ରି ନିର୍ବାଚନ ମଣ୍ଡଳିର ୫୪ ନଂ ବୁଥରେ ଇଭିଏମ ଅଚଳ ହେବାରୁ ମତ ଦାନ ବିଳମ୍ବିତ ହୋଇଛି ।

Times Now

ସେହିପରି ମହାରାଷ୍ଟ୍ର ରିଥୋରା ଓ ବଲାପୁର ନିର୍ବାଚନ ମଣ୍ଡଳିର କେତେକ ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ଭୋଟଗ୍ରହଣ ଡେରି ହୋଇଛି । ସେହିପରି ଭିଡ ନିର୍ବାଚନ ମଣ୍ଡଳିର ମଝାଲଗାଁଓ, କେଜ, ଅସ୍ଥି ଓ ପରାଲିରୁ ମଧ୍ୟ ଇଭିଏମ ତ୍ରୁଟିର ଖବର ଆସିଛି । ସେପଟେ ଆସାମର ସିଲଚରରୁ ଭିଭିପାଟ ମେସିନ କାମ ଦେଉନଥିବା ଅଭିଯୋଗ ହୋଇଛି । ପୁଲିଂ ଅଫିସର ଭିଭିପାଟ ମେସିନ ସଜାଡିବା ପରେ ଭୋଟିଂ ଆରମ୍ଭ ହୋଇଛି । ତାମିଲନାଡୁର କନ୍ୟାକୁମାରୀ, ମଦୁରାଇ, ଥିରୁନେଲଭେଲିର ୭ଟି ବୁଥରେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ ବିଳମ୍ବିତ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।