କନକ ବ୍ୟୁରୋ: କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ନୟାଗଡ ଜିଲ୍ଲାର ଦଶପଲ୍ଲା ସଂରକ୍ଷିତ ବିଧାନସଭା ଆସନରେ ୬ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ହେଲେ ଲଢେଇ ମୁଖ୍ୟତଃ ତିନି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳୁଛି । ବିଜେଡିରୁ ରମେଶ ଚନ୍ଦ୍ର ବେହେରା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କଂଗ୍ରେସରୁ ପ୍ରଶାନ୍ତ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ପୂର୍ଣ୍ଣ ଗତଥର ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମାତ୍ର ଏଥର ବିଜେଡିରୁ ଟିକେଟ ନମିଳିବାରୁ ବିଜେପି କ୍ୟାମ୍ପରେ ସାମିଲ ହୋଇ ସେଇ ଦଳରୁ ଟିକେଟ୍ ହାତେଇଛନ୍ତି । ଅନ୍ୟପକ୍ଷରେ ୨୦୦୯ ଏବଂ ୨୦୧୪ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏଥର ବିଜେଡି ବିଜୟୀ ହୋଇ ହାଟ୍ରିକ୍ ଲକ୍ଷରେ ଅଛି ।

Advertisment

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୯ ହଜାର ୧୪୪
- ମତ ଦେଇଥିଲେ – ୧ ଲକ୍ଷ ୧୫ ହଜାର ୮୪୫
- ଭୋଟଦାନ ହାର – ୬୮.୪୯%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୂର୍ଣ୍ଣଚନ୍ଦ୍ର ନାଏକ ବିଜେଡି ୭୫,୮୩୨ ୬୫.୪୬% ବିଜୟୀ
ଇନ୍ଦୁମତି ନାଏକ କଂଗ୍ରେସ ୧୮,୫୦୫ ୧୫.୯୭% ପରାସ୍ତ
ପ୍ରମୋଦ କୁମାର ବେହେରା ବିଜେପି ୧୬,୦୫୩ ୧୩.୮୬% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପୂର୍ଣ୍ଣଚନ୍ଦ୍ର ନାଏକ
ଦଳ - ବିଜେଡି
ଭୋଟ - ୭୫,୮୩୨
ପ୍ରତିଶତ - ୬୫.୪୬%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ପ୍ରମୋଦ କୁମାର ବେହେରା
ଦଳ - ବିଜେପି
ଭୋଟ - ୧୬,୦୫୩
ପ୍ରତିଶତ - ୧୩.୮୬%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ଇନ୍ଦୁମତି ନାଏକ
ଦଳ - କଂଗ୍ରେସ
ଭୋଟ - ୧୮,୫୦୫
ପ୍ରତିଶତ - ୧୫.୯୭%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ପୂର୍ଣ୍ଣଚନ୍ଦ୍ର ନାଏକ ନିର୍ବାଚନ ଜିତିଥିଲେ
- ୭୫ ହଜାର ୮୩୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଇନ୍ଦୁମତି ନାଏକଙ୍କୁ ପରାସ୍ତ କରିଥିଲେ
- ୫୭ ହଜାର ୩୨୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୯ ହଜାର ୯୪୩
- ମତ ଦେଇଥିଲେ – ୧ ଲକ୍ଷ ୩ ହଜାର ୧୩୯
- ଭୋଟଦାନ ହାର – ୬୪.୪୯%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କାଶିନାଥ ମଲ୍ଲିକ ବିଜେଡି ୬୧,୧୪୨ ୫୯.୨୮% ବିଜୟୀ
ଲେକଚର ବୁଲିଅନ କଂଗ୍ରେସ ୨୨,୩୮୪ ୨୧.୭୦% ପରାସ୍ତ
ମନୋଜ କୁମାର ବେହେରା ବିଜେପି ୧୩,୨୧୮ ୧୨.୮୨% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - କାଶିନାଥ ମଲ୍ଲିକ
ଦଳ - ବିଜେଡି
ଭୋଟ - ୬୧,୧୪୨
ପ୍ରତିଶତ – ୫୯.୨୮%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ମନୋଜ କୁମାର ବେହେରା
ଦଳ - ବିଜେପି
ଭୋଟ - ୧୩,୨୧୮
ପ୍ରତିଶତ - ୧୨.୮୨%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଲେକଚର ବୁଲିଅନ
ଦଳ - କଂଗ୍ରେସ
ଭୋଟ - ୨୨,୩୮୪
ପ୍ରତିଶତ - ୨୧.୭୦%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡ଼ିର କାଶିନାଥ ମଲ୍ଲିକ ବିଜୟ ହାସଲ କରିଥିଲେ
- ୬୧ ହଜାର ୧୪୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ିି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଲେକଚର ବୁଲିଅନଙ୍କୁ ପରାସ୍ତ କରିଥିଲେ
- ୩୮ ହଜାର ୭୫୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ବଦଳାଇଥିଲା- ବିଧାୟକ କାଶିନାଥ ମଲ୍ଲିକଙ୍କ ବଦଳରେ ପୂର୍ଣ୍ଣଚନ୍ଦ୍ର ନାଏକ ବିଜେଡିରୁ ନିର୍ବାଚନ ଲଢ଼ି ଜିତିଥିଲେ
- କଂଗ୍ରେସର ଲେକଚର ବୁଲିଅନଙ୍କ ବଦଳରେ ଇନ୍ଦୁମତି ନାଏକ ନିର୍ବାଚନ ଲଢ଼ିଥିଲେ
- ବିଜେପିର ମନୋଜ କୁମାର ବେହେରାଙ୍କ ବଦଳରେ ପ୍ରମୋଦ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି

୨୦୧୯ର ଲଢେଇ

ବିଜେଡି: ରମେଶ ବେହେରା
କଂଗ୍ରେସ: ପ୍ରଶାନ୍ତ ନାୟକ
ବିଜେପି: ପୂର୍ଣ୍ଣଚନ୍ଦ୍ର ନାୟକ

୨୦୧୯--ବିଜେଡି: ରମେଶ ବେହେରା

- ଓଏଏସରୁ ରାଜନୀତି
- ବିଜେଡି ସଂଗଠନ ରହିଛି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯-- କଂଗ୍ରେସ: ପ୍ରଶାନ୍ତ ନାୟକ

- ଉଚ୍ଚଶିକ୍ଷିତ ଯୁବକ
- ପ୍ରଥମଥର ପାଇଁ ବିଧାନସଭା ପ୍ରାର୍ଥୀ
- ପରିବାର କଂଗ୍ରେସ ସଦସ୍ୟ

୨୦୧୯--ବିଜେପି: ପୂର୍ଣ୍ଣଚନ୍ଦ୍ର ନାୟକ

- ୨୦୧୪ରେ ବିଜେଡିରୁ ବିଧାୟକ
- ପାଖାପାଖି ୫୭ ହଜାରରୁ ଅଧିକ ଭୋଟରେ ଜିତିଥିଲେ
- ୨୦୧୯ ପାଇଁ ଟିକେଟ୍ ନମିଳିବାରୁ ବିଜେପିରେ ସାମିଲ

ମୈଦାନରେ ମହିଳା ପ୍ରାର୍ଥୀ

- କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

-ଦଶପଲ୍ଲା ଏନ୍ଏସି, ଦଶପଲ୍ଲା ବ୍ଲକ୍ , ଗଣିଆ ବ୍ଲକ୍ ଓ ନୂଆଗାଁ ବ୍ଲକକୁ ନେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଠିତ ।
- ଦଶପଲ୍ଲା ଏନଏସି ବିଜେଡି ଦଖଲରେ ରହିଛି
- ଦଶପଲ୍ଲା ବ୍ଳକ୍ ଓ ଗଣିଆ ବ୍ଲକ ବିଜେଡି ଦଖଲରେ ରହିଛି

ମୁହାଁମୁହିଁ ପ୍ରାର୍ଥୀ

- ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ରମେଶ ବେହେରା
- ୨୦୧୪ର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ୍ ଦେଇଛି ବିଜେପି
- କଂଗ୍ରେସରୁ ନୂଆ ଚେହେରା ପ୍ରଶାନ୍ତ ନାୟକ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

ଦଶପଲ୍ଲା ବିଧାନସଭା ଆସନ

- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ୧୯୬୦ ଉପନିର୍ବାଚନରେ କଂଗ୍ରେସ ଜିତିଥିଲା
- ହରିହର କରଣ ୫ ଥର ବିଧାୟକ
- ରୁଦ୍ରମାଧବ ରାୟ ୩ଥର ବିଧାୟକ
- ୨୦୦୯ରେ ବିଜେଡି ପ୍ରଥମଥର ଏହି ଆସନରୁ ଜିତିଥିଲା