ଭୋଟ ଦେଉଛି ଓଡିଶା । ଦିନ ୧୧ଟା ସୁଦ୍ଧା ୧୮% ମତଦାନ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ ହୋଇଛି କେତେ ପ୍ରତିଶତ ମତଦାନ?

79

କନକ ବ୍ୟୁରୋ : ଦିନ ଯେତିକି ବଢୁଛି, ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଛି । ଗଣତନ୍ତ୍ରର ଏହି ମହାପର୍ବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ସହ ନେତା ବାଛୁଛନ୍ତି ଜନତା । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟିଂ ହେଉଥିବା ବେଳେ ଦିନ ୧୧ଟା ସୁଦ୍ଧା ମୋଟ ୧୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

୫ଟି ଲୋକସଭା ଆସନରେ ଭୋଟିଂ ଜୋରଦାର ଚାଲିଥିବା ବେଳେ ବରଗଡ ଓ ଆସ୍କାରେ ଦିନ ୧୧ଟା ସୁଦ୍ଧା ୨୦ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ସେହିଭଳି ସୁନ୍ଦରଗଡରେ ୧୮ ପ୍ରତିଶତ, ବଲାଙ୍ଗୀରରେ ୧୫ ପ୍ରତିଶତ ଓ କନ୍ଧମାଳରେ ୧୬ ପ୍ରତିଶତ ଭୋଟିଂ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇ୍ଥିବା ୨୭୯ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଲୋକସଭାରେ ୩୫ ଓ ବିଧାନସଭାରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ୯୧୧୭ଟି ବୁଥରେ ନିର୍ଣ୍ଣୟ ହେବ। ୭୬ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ଏହି ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ୩୯,୪୫,୦୨୫ଜଣ ପୁରୁଷ, ୩୭ଲକ୍ଷ ୪୭ହଜାର ୪୯୩ଜଣ ମହିଳା ଏବଂ ୬୦୫ଜଣ ତୃତୀୟ ଲିଙ୍ଗ ଭୋଟ୍ ଦେବେ। ୭ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ େଭାଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।