କିଙ୍ଗଷ୍ଟନ୍ ଟି-ଟ୍ୱେଂଟିରେ ୯ ୱିକେଟରେ ହାରିଲା ଭାରତ ! ଇୱିନ୍ ଲୁଇସଙ୍କ ବିସ୍ଫୋରକ ଶତକ ବଳରେ ମ୍ୟାଚ୍ ଛଡାଇନେଲା ୱେଷ୍ଟଇଣ୍ଡିଜ୍

17

କନକ ବ୍ୟୁରୋ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ କିଙ୍ଗଷ୍ଟନରେ ଖେଳାଯାଇଥିବା ଏକମାତ୍ର ଟି-ଟ୍ୱେଂଟି ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଭାରତକୁ ୯ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍ । ଇଭିନ୍ ଲୁଇସଙ୍କ ବିସ୍ଫୋରକ ଶତକ ବଳରେ ଭାରତକୁ ହରାଇଛି ୱେଷ୍ଟଇଣ୍ଡିଜ୍ ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ୧୯୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା ଭାରତ । ଭାରତ ପକ୍ଷରୁ ଦିନେଶ କାର୍ତ୍ତିକ ସର୍ବାଧିକ ୪୮ ରନ୍ କରିଥିଲେ । ଜବାବରେ ଗେଲ୍ ଓ ଲୁଇସ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ୧୨୫ ରନର ବିସ୍ଫୋରକ ଶତକ ମାରି ଦଳକୁ ବିଜୟୀ କରିଥିବା ଇଭିନ୍ ଲୁଇସଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଛି ।