ମୋସୁଲ୍ ସହରରୁ ଆଇଏସଆଇଏସ୍ କ୍ଲିନ୍ ସ୍ୱିପ୍ ! ପତାକା ଉଡାଇ ଖୁସି ମନାଇଲେ ଇରାକୀ ସେନା

15

କନକ ବ୍ୟୁରୋ: ଇରାକର ମୋସୁଲ୍ ସହରରୁ ଆଇଏସଆଇଏସ୍ କ୍ଲିନ୍ ସ୍ୱିପ୍ । ମୋସୁଲ୍ ସହରରେ ପତାକା ଉଡାଇଛନ୍ତି ଇରାକୀ ସେନା । ଇରାକରେ ଧ୍ୱଂସଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ କବଳରୁ ମୋସୁଲ ସହରକୁ ମୁକ୍ତ କରିବାରେ ସଫଳ ହୋଇଛି ଇରାକୀ ସେନା । ମୋସୁଲ୍ ସହରକୁ ଗତ ୩ ବର୍ଷ ଧରି କବଜାରେ ରଖିଥିଲା ଆଇଏସଆଇଏସ୍ ।

ମୋସୁଲରେ ଆତଙ୍କବାଦ ଚଳାଇବା ସହ ଅନେକ ନୀରିହ ଲୋକଙ୍କୁ ହତ୍ୟା କରିଥିଲା ଆତଙ୍କବାଦୀ ସଂଗଠନ । ସଫଳତା ପାଇଁ ଉଭୟ ସେନା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇରାକ୍ ପ୍ରଧାନମନ୍ତ୍ରୀ । ମୋସୁଲ ସହର ସ୍ୱାଧୀନ ହେବା ସହ ଆଇଏସଆଇଏସକୁ ସବୁଠୁ ବଡ ଧକ୍କା ଲାଗିଛି ।