ଟଙ୍କା ପାଇଁ ସାଙ୍ଗର ମା’କୁ ହତ୍ୟା କଲେ ଇଂଜିନିୟରିଂ ଛାତ୍ର ! ଲକେଟରୁ ପୋଲିସ ପାଇଲା ହତ୍ୟାକାରୀର ସୁରାକ

38

କନକ ବ୍ୟୁରୋ : ଟଙ୍କା ପାଇଁ ଇଂଜିନିୟରିଂ ଛାତ୍ର କଲେ ହତ୍ୟା । ମାନସିକ ଭାରସାମ୍ୟ ହରାଇ ବସିଥିବା ଛାତ୍ର ଜଣଙ୍କ ପଡ଼ୋଶୀରେ ରହୁଥିବା ତାଙ୍କ ସାଂଗଙ୍କ ମାଙ୍କୁ ହତ୍ୟା କରିଛି । ପରିବାର ସ୍ୱାମୀ ଓ ପୁଅ ଅନୁପସ୍ଥିତ ରହିବା ଛାତ୍ର ଜଣକ ୪୫ ବର୍ଷ ବୟଷ୍କା ମହିଳା ଜଣଙ୍କୁ ତଂଟି ଚିପି ହତ୍ୟା କରି ଚମ୍ପଟ ମାରିଥିଲେ । ପର ଦିନ ସ୍ୱାମୀ ଓ ପୁଅ ଘରକୁ ଫେରିଲା ବେଳକୁ ସ୍ତ୍ରୀର ମୃତ ଦେହ ପଡ଼ି ରହିବା ଓ ଘରର କବାଟ ଖୋଲା ରହିବା ଦେଖି ପୋଲିସ କୁ ଖବର ଦେଇଥିଲେ । ପରବର୍ତ୍ତୀ ସମୟରେ ଘଟଣାର ଅନୁସନ୍ଧାନ କରି , ମୃତ ମହିଳାଙ୍କ ନିକଟରୁ ଅଭିଯୁକ୍ତର ଏକ ଲକେଟକୁ ପାଇ ପୋଲିସ ଅଭିଯୁକ୍ତ ଆଦିତ୍ୟ ମହାନ୍ତିକୁ ଗିରଫ କରିଛି ।