ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ରାଉରକେଲା ପ୍ରଶାସନର ଟାର୍ଗେଟ ! ଜବରଦଖଲ ଉଛେଦ ନାଁରେ ଅନୁଷ୍ଠାନଗୁଡିକୁ ପ୍ରଶାସନର ନାଲିଆଖି

22

କନକ ବ୍ୟୁରୋ : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ରାଉରକେଲା ପ୍ରଶାସନର ଟାର୍ଗେଟ । ଜବରଦଖଲ ଉଛେଦ ନାଁରେ ଏହି ଅନୁଷ୍ଠାନଗୁଡିକୁ ପ୍ରଶାସନ ନାଲିଆଖି ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଥିରୁ କିନ୍ତୁ ବଡ ବଡ ପୁଂଜିପତି ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନକୁ ବାଦ ଦିଆ ଯାଉଥିବାର ଅଭିଯୋଗ ହୋଇଛି ।

ରାଉରକେଲାରେ ଥିବା ମସଲା କଂପାନୀ ଗୃହସ୍ତୀର ବ୍ୟବସାୟିକ ପ୍ରତିଷ୍ଠାନ । ଏହି କଂପାନୀ ୧୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ବର୍ଷ ବର୍ଷ ଧରି ଜବରଦଖଲ କରିରଖିଛି । କିନ୍ତୁ ଏହି ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉନଥିବାର ଅଭିଯୋଗ ହୋଇଛି ।

ସ୍କିଲ ଡ଼େଭଲପମେଂଟ ସେଂଟର ପାଇଁ ଆଧୁନିିକ ମେଟାଲିକ୍ସ, ଏକ ଏକର ଜମି ଲ୍ୟାଣ୍ଡ ଏଲଟମେଂଟ କମିଟିଠାରୁ ନେଇଥିଲା । କିନ୍ତୁ ଏହି ଜମିରେ କୌଣସି ସେଂଟର ନକରି ବ୍ୟାଙ୍କରେ ବନ୍ଧକ ରଖି ୮ କୋଟି ଟଙ୍କାର ଋଣ ନେଇ ନିଜ ବ୍ୟବସାୟ ଚଳାଇଥିବାର ଅଭିଯୋଗ ହୋଇଛି । ବ୍ରାହ୍ନଣୀ ଡେଭଲପର୍ସ ବିଲଡର ନାମକ କଂପାନୀର ଆପାର୍ଟମେଂଟ । ପାନପୋଷଠାରେ ଏହି ଜମି ଲ୍ୟାଣ୍ଡକମିଟି ଠାରୁ ନେଇ ଏହାଦ୍ୱାରା ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଛି ।

ବଡକଥା ହେଉଛି ଏହିସବୁ ଜମି ଜବରଦଖଲରେ ଥିବାବେଳେ ପ୍ରଶାସନ ପକ୍ଷରୁ ଓଡିଆ ସାମାଜିକ ଅନୁଷ୍ଠାନମାନଙ୍କୁ ଉଛେଦ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ବିରୋଧ କରିଛନ୍ତି ବୁଦ୍ଧିଜୀବି । ଆଉ ଏହାକୁ ନେଇ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ସଂସ୍କୃତିପ୍ରେମୀ । ଏହି ଜବରଦଖଲ ହଟାଇବାକୁ ନେଇ ଅତିରିକ୍ତ ଜିଲାପାଳଙ୍କ ଅଜବ ଯୁକ୍ତି କାଢ଼ୁଛନ୍ତି । ପ୍ରଶାସନର ଜବାବ ହେଉଛି ବ୍ୟବସାୟିକ ଅନୁଷ୍ଠାନକୁ ବାଦ ଦେଲେ ପୁଣି ସେମାନେ ଜବରଦଖଲ କରିବାର ଆଶଙ୍କା ରହୁଛି । ତେଣୁ ତାଙ୍କୁ ଏଥିରୁ ବାଦ ଦିଆଯାଇଛି ।