ଏଣିକି ଚାକିରୀ ନେଇ ରହିବ ନାହିଁ କୌଣସି ବି ସମସ୍ୟା ! ମୋବାଇଲରେ ଇନଷ୍ଟଲ କରନ୍ତୁ ଏହି ୫ଟି ଆପ୍

127

ଉଚ୍ଚଶିକ୍ଷା ଏବଂ ପ୍ରୋଫେସନାଲ ଡିଗ୍ରୀ ହାସଲ କରିବା ପରେ ବିଶେଷ କରି ଯୁବପୀଢି ଚାକିରୀ କରିବା ପଛରେ ଲାଗି ପଡନ୍ତି । ତେବେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ କି ଚାକିରୀ ଖୋଜିବା ପାଇଁ ବିଭିନ୍ନ ଅନଲାଇନ ୱେବସାଇଟରେ ସର୍ଚ୍ଚ କରିବା ସହିତ କଂପାନୀଗୁଡିକର କାର୍ଯ୍ୟାଳୟମାନଙ୍କର ବି ଚକ୍କର କାଟିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଚାକିରୀ ଅନୁସନ୍ଧ୍ୟାନରେ ଥିବା ଯୁବକ ଯୁବତୀମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଆପ ମଧ୍ୟ ପ୍ଲେ ଷ୍ଟୋରରେ ଉପଲବ୍ଧ । ଯାହାକି ଏଭଳି ଯୁବକ ଯୁବତୀଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଭାବେ ପ୍ରମାଣିତ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ଅନଲାଇନ ଜବ ସର୍ଚ୍ଚ ଆପ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଆପଣଙ୍କ କ୍ୟାରିୟରକୁ ଏକ ସଠିକ୍ ସ୍ଥାନରେ ପହଂଚାଇବାରେ ସହାୟକ କରିବା ସହିତ ଆପଣଙ୍କୁ ଆଉ ଚାକିରୀ ଖୋଜାକୁ ନେଇ ଚିନ୍ତିତ ହେବାକୁ ପଡିନପାରେ । ସବୁଠାରୁ ବଡ କଥା ହେଲା, ଏହି ସବୁ ଆପଗୁଡିକ ମାଗଣାରେ ଉପଲବ୍ଧ ।

ଗ୍ଲାସଡୋର ଜବ ସର୍ଚ୍ଚ

ଗ୍ଲାସଡୋର ଜବ ଆପଟି ବହୁତ ଲୋକପ୍ରିୟ ଆପ ଅଟେ । ଏହି ଆପରେ ଅନେକ ସ୍ୱତନ୍ତ୍ର ଫିଚର୍ସ ଦିଆଯାଇଛି । ଏହି ଆପ ଜରିଆରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଚାକିରୀ ମିଳିଥାଏ । ଏହାବ୍ୟତୀତ, ଏହି ଆପ ଜରିଆରେ ଆପଣ ଲାଟେଷ୍ଟ ଜବର ସୂଚନା ମଧ୍ୟ ପାଇପାରିବେ । ଆପଣ ଏହାର ସହାୟତାରେ କଂପାନୀ ରିଭ୍ୟୁ ଏବଂ ଦରମା ପ୍ୟାକେଜ୍ ସଂପର୍କରେ ବି ସମସ୍ତ ତଥ୍ୟ ପାଇପାରିବେ ।

ଗୁଗଲ ସର୍ଚ୍ଚ

ଗୁଗଲ ସର୍ଚ୍ଚ ଇଂଜିନ ଜରିଆରେ ଆପଣ ଆପଣଙ୍କର ମନ ପସନ୍ଦର ଜବ ଖୋଜି ପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଗୁଗଲ ସର୍ଚ୍ଚକୁ ଯାଇ ନିଜର ଆବଶ୍ୟକତା ଅନୁସାରେ ଜବ ସର୍ଚ୍ଚ କରିବାକୁ ପଡିବ । ଯାହା ପରେ ଗୁଗଲ ତା ସହ ଜଡିତ ତଥ୍ୟ ଯୋଗାଇ ଦେବ । ଏହାଛଡା, ଏହା କୌଣସି ବି ବ୍ରାଉଜର ଆପ କିମ୍ବା ଗୁଗଲ ଆପରେ ଉପଲବ୍ଧ ।

ଇନଡିଡି ଜବ ସର୍ଚ୍ଚ

ଗତକିଛି ବର୍ଷରେ ଇନଡିଡ ଜବ ସର୍ଚ୍ଚକୁ ୟୁଜର୍ସଙ୍କ ପକ୍ଷରୁ ବ୍ୟାପକ ପ୍ରଶଂସା ମିଳିଛି । ଏହାର ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୦୦ ମିଲିୟନ ୟୁଜର ହୋଇସାରିଲେଣି । ଏହି ଆପ ୫୦ଟି ଦେଶରେ ୨୮ଟି ଭାଷାରେ ଉପଲବ୍ଧ । ଏହି ଆପରେ ଆପଣ ଆପଣଙ୍କର ଅପଡେଟ କରିଥିବା ରିଜ୍ୟୁମ ପକାଇ ପାରିବେ । ଏହାବ୍ୟତୀତ ଏହି ଆପ ଜରିଆରେ ବି ଆପଣ ଚାକିରୀ ପାଇଁ ଆବେଦନ କରିପାରିବେ ।

ଲିଙ୍କଡଇନ ଜବ ସର୍ଚ୍ଚ

ଏହି ଆପଟି ପ୍ରୋଫେସନାଲ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସୋସିଆଲ ନେଟୱାର୍ଡ ଅଟେ । ଏହି ଆପ ଜରିଆରେ ଆପଣ ନୂଆ ଚାକିରୀ ଖୋଜି ପାରିବେ । ଏଥିସହିତ ଆପଣ ଲାଟେଷ୍ଟ ଜବର ସୂଚନା ମଧ୍ୟ ପାଇପାରିବେ ।

ସ୍ନାଗାଜବ

ସ୍ନାଗାଜବ ଏକ ସର୍ଚ୍ଚ ଆପ ଅଟେ ଯାହା ଜରିଆରେ ଆପଣ ଆପଣଙ୍କ ପସନ୍ଦର ଜବକୁ ସର୍ଚ୍ଚ କରିପାରିବେ । ଏଥିସହିତ ଏହି ଆପ ଜରିଆରେ ଚାକିରୀ ପାଇଁ ଆବେଦନ ବି କରିପାରିବେ । ଏହାବ୍ୟତୀତ ଏହି ଆପ ଜୁଜରଙ୍କୁ ଡେଲି ଜବ ନୋଟିଫିକେସନ ମଧ୍ୟ ପଠାଇଥାଏ ।

ସୌଜନ୍ୟ: ଅମର ଉଜାଲା