ବାରିପଦାରେ ହାତୀ ଆତଙ୍କ ! ଗାଁକୁ ପଶିଆସିଲେ ୭୦ରୁ ଅଧିକ ହାତୀ, ଲୋକେ ଆତଙ୍କିତ ।

116

କନକ ବ୍ୟୁରୋ : ରାଜ୍ୟର ଦୁଇଟି ପ୍ରମୁଖ ଅଂଚଳରୁ ଦୁଇଟି ହାତୀ ପଲଙ୍କ ଉତ୍ପାତର ଚିତ୍ର । ବାରିପଦା ରାସଗୋବିନ୍ଦପୁର ରେଂଜ ଅଂଚଳକୁ ପଶି ଆସିଛନ୍ତି ବିରାଟ ହାତୀପଲ । ଫୁଲଝରି ଓ ବ୍ରାହ୍ମଣୀ ଅଂଚଳରେ ଏହି ହାତୀ ପଲ ଉତ୍ପାତ ଚଳାଇଛନ୍ତି । ପ୍ରାୟ ୭୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ପଟୁ ପଶି ଆସିଥିବା ସୂଚନା ରହିଛି । ଏମାନେ ଜନବସତି ମୁହାଁ ହୋଇଥିବା ବେଳେ ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ କଚା ଘରଦ୍ୱାର ଗୁଡିକୁ ଭାଙ୍ଗି ପକାଇଛନ୍ତି ।

ଏତେ ଗୁଡିଏ ହାତୀଙ୍କୁ ଦେଖି ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବନବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ଆଠଗଡ ଖୁଂଟୁଣୀ ବନଖଣ୍ଡରେ ୨୦ରୁ ଅଧିକ ହାତୀଙ୍କୁ ଦେଖିବାକୁ ମିଳିଛି । ଶୀତ ଦିନେ ଜଙ୍ଗଲରେ ଖାଦ୍ୟାଭାବ କାରଣରୁ ଏମାନେ ପାଖ ଗାଁକୁ ଚାଲି ଆସିଥିବା ସୂଚନା ରହିଛି । ବର୍ଷ ବର୍ଷ ଧରି ଖୁଂଟୁଣୀ ବନଖଣ୍ଡ ଅଂଚଳରେ ଥିବା ଗାଁ ଗୁଡିକରେ ହାତୀଙ୍କ ଉତ୍ପାତ ଲାଗି ରହିଛି । ତେବେ ହାତୀ କିଭଳି ଜନବସତି ମୁହାଁ ନହେବେ ସେଥି ପାଇଁ ବନବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।