ପୁଣି ବଢିଲା ବିଦ୍ୟୁତ ଶୁଳ୍କ ! ଏପ୍ରିଲ୍ ୧ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଫି’

41

କନକ ବ୍ୟୁରୋ : ପୁଣି ବଢିଲା ବିଦ୍ୟୁତ୍ ଶୁଳ୍କ । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କଲେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ଏପ୍ରିଲ ୧ତାରିଖରୁ ଏହି ବର୍ଦ୍ଧିତ ଫି’ ଲାଗୁ ହେବ । ବିଦ୍ୟୁତ ଦର ହାରାହାରି ଭାବେ ୧.୪୪ ପ୍ରତିଶତ ବୃଦ୍ଧି । ତେବେ ବିଜୁ କୁଟିର ଜ୍ୟୋତି ଯୋଜନା ପାଇଁ ବଢିନି ଦର । କୃଷି କାର୍ଯ୍ୟ ପାଇଁ ୫୦ ୟୁନିଟ ପର୍ଯ୍ୟନ୍ତ ଦର ଅପରିବର୍ତିତ ରହିବ । ରିଟେଲ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ୫୦ ୟୁନିଟ ପର୍ଯ୍ୟନ୍ତ ଦର ଅପରିବର୍ତିତ ରହିଛି । ମିଟର ରେଂଟ ଦେୟ ଅପରିବର୍ତିତ ରହିଲା ।

ଠିକ୍ ସମୟରେ ବିଲ୍ ପଇଠ କଲେ ସାଧାରଣ ଉପଭୋକ୍ତାଙ୍କୁ ୫ ପଇସା ଛାଡ଼ ଦିଆଯିବ । ଏହାସହ ଡ଼ିଜିଟାଲ ପେମେଂଟ କଲେ ଅତିରିକ୍ତ ୧ପ୍ରତିଶତ ଛାଡ଼ ମିଳିବ । ମିଟର ଦେୟ ରେଂଟ ଅପରିବର୍ତିତ ରଖିଛନ୍ତି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ୦ରୁ ୫୦ ୟୁନିଟ ପର୍ଯ୍ୟନ୍ତ ୨ଟଙ୍କା ୫୦ପଇସା, ୫୦ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ଦର ୪ଟଙ୍କା ୩୦ ପଇସା ଓ ୪ଶହ ୟୁନିଟରୁ ଅଧିକ ହେଲେ ୫ଟଙ୍କା ୭୦ପଇସା ଲେଖାଁ ଦେବାକୁ ପଡିବ ।