ମହଙ୍ଗା ପଡିଲା ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଅଣ୍ଡାମାଡ ! ଅଭିଯୁକ୍ତ ମହିଳାଙ୍କ ନାଁରେ ଲାଗିଲା ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ

30

କନକ ବ୍ୟୁରୋ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳକୁ ଅଣ୍ଡାମାଡ ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ନାଁରେ ୩୦୭ ଓ ୧୨୦(ବି) ଦୁଇଟି ଦଫା ଲଗାଇ ମାମଲା ରୁଜୁ କରିଛି । ତାଳସରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭା ଚାଲିଥିବା ବେଳେ ଅଣ୍ଡାମାଡ କରିଥିଲେ ଦୁଇ ଜଣ ମହିଳା । ତାଳସରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିବା ପରେ ଅତର୍କିତ ଭାବେ ଦୁଇ ଜଣ ମହିଳା ମଂଚ ଉପରକୁ ଅଣ୍ଡାମାଡ କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଥିଲା ପୁଲିସ । ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଅଣ୍ଡା ଫୋପାଡିଥିବା ମହିଳା । ଅନ୍ୟପଟେ ଏହି ଘଟଣା ନେଇ କୋ÷ଣସି ଅନୁତାପ ନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ମହିଳା ।