ନୀରବ ମୋଦି ଓ ମେହୁଲ ଚୋକସିଙ୍କ ଉପରେ ସରକାରୀ ପ୍ରହାର ! ପୁଣି ୨୧୮ କୋଟିର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

57

କନକ ବ୍ୟୁରୋ : ପଂଜାବ ନ୍ୟାସନାଲ ବ୍ୟାଙ୍କର ମାଷ୍ଟରମାଇଣ୍ଡ ନୀରବ ମୋଦି ବିରୋଧରେ ନିଆଯାଇଛି ବଡ କାର୍ଯ୍ୟାନୁଷ୍ଠାନ । ନୀରବ ମୋଦି ଓ ତାଙ୍କ ପରିବାର, ସାଥୀଙ୍କର ଠାରୁ ୨୧୮ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି । ପ୍ରପର୍ଟି, ଜୁଏଲରୀ, ଫ୍ଲାଟ୍ସ , ବ୍ୟାଙ୍କ ବାଲାନ୍ସ ଜବତ କରିଛି ଇଡି । ଇଡ଼ି ଅନୁସାରେ ଏହି ସମ୍ପତି ନୀରବ ମୋଦି, ମେହୁଲ ଚୋକସି ଓ ତାଙ୍କ ପରିବାର, ମିହିର ଭନସାଲୀ ଓ ତାଙ୍କ କମ୍ପାନୀ ନାମରେ ରହିଛି ।

nirav_modi

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଓ ମେହୁଲ ଚୋକସିଙ୍କ ସମ୍ପତ୍ତି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରହାର । ଜବତ ହୋଇଥିବା ସମ୍ପତି ମଧ୍ୟରେ ୫୧ କୋଟିର ଏକ ଫ୍ଲାଟ୍ ମିହିର ଭନସାଲୀ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ରହିଛି । ଯାହାକୁ ଭନସାଲୀ ପିଏନବି ଠମେଇ ମାମଲା ସାମ୍ନାକୁ ଆସିବା ପରେ ଅଳ୍ପ ମୂଲ୍ୟରେ ଅନ୍ୟ ଜଣଙ୍କ ନାମରେ କରାଇଦେଇଥିଲେ । ଇଡ଼ି ଅନୁସାରେ ମିହିର ଭନସାଲୀ ନୀରବ ମୋଦିଙ୍କ ଜଣେ ପାଖଲୋକ ଯିଏ ଠକେଇରେ ସାମିଲ ଥିଲେ । ମିହରି ଭନସାଲୀ ପିଏନବିରୁ ମିଳିଥିବା ଟଙ୍କାକୁ ପରିବର୍ତ୍ତିତ କରି କଳାଧନକୁ ଧଳା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Mehul-Choksi
image courtesy-http://www.livelaw.in/

ଏହାବ୍ୟତୀତ ଇଡ଼ି ଏପି ଜୁଏଲାରୀ ନାମରେ ହାଇଦ୍ରାବାଦ ବଞ୍ଜାରା ହିଲ୍ସରେ ୨.୫ ଏକର ଜମିରେ ନିର୍ମତ ଏକ ବିଲ୍ଡିଂର ୮୯ ପ୍ରତିଶତ ଭାଗ ଆଟାଚ୍ କରିଛି । ଯାହାର ମୂଲ୍ୟ ପାଖାପାଖି ୧୨୦ କୋଟି ବୋଲି ଜଣାପଡ଼ିଛି । । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇର ଟ୍ରମ୍ପ ଟାୱାରରେ ମେହୁଲ ଚୋକସୀଙ୍କ ଝିଅ ନାମରେ ୧.୭୦ କୋଟି ଟଙ୍କା ଏକ ଫ୍ଲାଟ୍ ଆଚାଟ କରିଛି । ଯାଂଚ ସସମୟରେ ଜଣାପଡ଼ିଥିଲା ଏହି ସମ୍ପତି କିଣିବା ପାଇଁ ମେହୁଲ ଚୋକସିଙ୍କ ଝିଅ ନାମେର ବେଲଜିୟମ ଖାତାରୁ ୧.୭୦ କୋଟି ଟଙ୍କା ଟ୍ରନ୍ସଫର କରାଯାଇଥିଲା । ଏହା ବ୍ୟତୀତ ବିଦେଶରେ ଥିବା ମେହୁଲଙ୍କ ୨୭ କୋଟି ମୂଲ୍ୟର ଏକ ଫ୍ଲାଟକୁ ମଧ୍ୟ ଆଟାଚ୍ କରିଛି । ଏହା ବ୍ୟତୀତ ଫାୟାର ଷ୍ଟାରେ ଗ୍ରୁପ ର ୧୮.୭୬ କୋଟି ହୀରା ମଧ୍ୟ ଜବତ କରିଛି । ସୂଚନାଯୋଗ୍ୟ ପିଏନବି ଗୋଟାଲା ମାଲମାରେ ଏବେ ପର୍ଯ୍ୟନ୍ତ ୪୪୮୮ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି ।