ମହିଳାମାନଙ୍କ ପାଇଁ ହାଇଦ୍ରାବାଦରେ ଆରମ୍ଭ ହେଲା ଇ-ଟଏଲେଟ ସୁବିଧା : ଖର୍ଚ୍ଚ ହୋଇଛି ୭ ଲକ୍ଷ ଟଙ୍କା

40

କନକ ବ୍ୟୁରୋ : ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ମହିଳାମାନଙ୍କ ପାଇଁ ଆରମ୍ଭ କରିଛି ଇ-ଟଏଲେଟ ସୁବିଧା । ସ୍ୱଚ୍ଛତା ଅଭିଯାନକୁ ନଜରରେ ରଖି ଏହି ନୂଆ ପ୍ରକାରର ଇ-ଟଏଲେଟକୁ ଆରମ୍ଭ କରାଯାଇଛି । ଆଧୁନିକ ଜ୍ଞାନ କୈାଶଳରେ ନିର୍ମାଣ ହୋଇଥିବା ଏହି ଇ-ଟଏଲେଟ ବା ଇଲୋକଟ୍ରୋନିକ୍ସ ଟଏଲେଟ ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ହାଇଦ୍ରାବାଦର ଚାରମିନାର ନିକଟରେ ଏହି ଇ-ଟଏଲେଟକୁ ସ୍ଥାପନ କରାଯାଇଛି । ୧ ଟଙ୍କାରୁ ୫ ଟଙ୍କା କଏନ ଏହି ଇ-ଟଏଲେଟରେ ବ୍ୟବହାର କରିହେବ । ସେହିପରି ଇକୋ ଫ୍ରେଣ୍ଡଲି ଲାଇଟ ଏହି ଟଏଲେଟରେ ବ୍ୟବହାର କରାଯାଇଛି । ତେବେ ଆସନ୍ତା ୬ ମାସ ମଧ୍ୟରେ ଆଉ ୧୦୦ଟି ନୁଆ ଇ-ଟଏଲେଟର ବ୍ୟବସ୍ଥା କରିବାକୁ କର୍ପୋରେସନ ନିଷ୍ପତି ନେଇଛି ।