ସମ୍ବଲପୁର : ସମ୍ପତି ପାଇଁ ବିଧବା ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ

13

କନକ ବ୍ୟୁରୋ : ସମ୍ପତି ପାଇଁ ବିଧବା ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ଏହି ଘଟଣାକୁ ନେଇ ସମ୍ବଲପୁରରେ ଚାଂଚଲ୍ୟ ଖେଳିଯାଇଛି । ସମ୍ବଲପୁର ସହରସ୍ଥିତ ଶାନ୍ତିନଗରରେ ସମ୍ପତି ପାଇଁ ବିଧବା ବୋହୂକୁ ଶାଶୁ,ଶ୍ୱଶୁର ହତ୍ୟା କରିଥିବା ବୋହୂର ବାପଘର ଲୋକ ଅଭିଯୋଗ କରିଛନ୍ତି । ଶାନ୍ତିନଗରର ମିତାଲି ପ୍ରିୟଦର୍ଶନୀ ମିଶ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମିତାଲିଙ୍କ ସ୍ୱାମୀ ତିନିବର୍ଷ ହେବ ମୃତ୍ୟୁବରଣ କରିସାରିଥିବାବେଳେ ସମ୍ପତିର ଉତରାଧିକାରୀ ପାଲଟିଥିଲେ ବୋହୂ । ଫଳରେ ଶାଶୁ, ଶ୍ୱଶୁର ନିର୍ଯାତନା ଦେବା ସହିତ ଗତକାଲି ହତ୍ୟା କରି ଫ୍ୟାନରେ ଶାଢ଼ୀ ଦ୍ୱାରା ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ମିତାଲିଙ୍କ ଶ୍ୱଶୁର ମିତାଲିର ବାପଘରକୁ ଫୋନ ମାଧ୍ୟମରେ ଝିଅ ଆତ୍ମହତ୍ୟା କରିଥିବା କହିଥିବାବେଳେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ଏପଟେ ମିତାଲିର ଶ୍ୱଶୁର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଖବର ପାଇ ଅଇଁଠାପାଲି ପୁଲିସ ଘଟଣାସ୍ଥଳରେ ପହଂଚିବା ସହିତ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ମିତାଲିର ମୋବାଇଲ ଫୋନକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :