ମିଳିତ ଜାତିସଂଘରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ! ଏକ ବିଫଳ ରାଷ୍ଟ୍ର ମାନବିକ ଅଧିକାର ଉପରେ ପାଠ ପଢାଇବା ଦରକାର ନାହିଁ

45

ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ । ଜାମ୍ମୁ-କାଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନର ଅଭିଯୋଗ ଆଣିଥିବା ପାକିସ୍ତାନର ମୁଖା ଖୋଲିଦେଲା ଭାରତ । ଯେଉଁ ଦେଶ ମାଟିରେ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦିଆଯାଉଛି, ଯେଉଁ ଦେଶ ଭାରତ ମାଟିରେ ଆତଙ୍କବାଦୀ କା ର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି, ସେହି ଦେଶ ମାନବିକ ଅଧିକାରର ପାଠ ପଢାଇବା ଦରକାର ନାହିଁ ବୋଲି କହିଛନ୍ତି ମିଳିତ ଜାତିସଂଘ ମାନବାଧିକାର କମିଶନରେ ଥିବା ଭାରତର ଦ୍ୱତୀୟ ସଚିବ ।

“ଏକ ବିଫଳ ରାଷ୍ଟ୍ରଠାରୁ ବିଶ୍ୱ ଗଣତନ୍ତ୍ର ଓ ମାନବ ଅଧିକାର ବିଷୟରେ ଶିଖିବାର ଆବଶ୍ୟକତା ନାହିଁ । ଯେଉଁ ଦେଶରେ ଆତଙ୍କବାଦୀମାନେ ମୁକ୍ତଭାବରେ ବୁଲୁଛନ୍ତି ସେହି ଦେଶ ଭାରତରେ ମାନବଅଧିକାରର ସୁରକ୍ଷା ବାବଦରେ ପ୍ରବଚନ ଦେଉଛି ବୋଲି କହିଛନ୍ତି ଜେନିଭାରେ ଅବସ୍ଥାପିତ ଭାରତୀୟ ଉପସଚିବ ମିନି ଦେବୀ କୁମାମ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ଏବେ ମଧ୍ୟ ମୁମ୍ବାଇ, ପଠାନକୋଟ୍ ଓ ଉରି ଆକ୍ରମଣକାରୀଙ୍କ ବିରୋଧରେ ଭରଷାଯୋଗ୍ୟ ଦଣ୍ଡବିଧାନ ଲାଗି ଅପେକ୍ଷା କରିଛି । ଜାତିସଂଘର ଜେନିଭା ମିଶନରେ ପାକିସ୍ତାନର ଡେପୁଟି ସଚିବ ତାହିର ଅଣ୍ଡ୍ରାବିଙ୍କ ବକ୍ତବ୍ୟର ଜବାବ ରଖି ସେ ଏକଥା କହିଛନ୍ତି । ତାହିର କହିଥିଲେ ଯେ ଭାରତ ପକ୍ଷରୁ କାଶ୍ମୀର ଲୋକଙ୍କୁ ଆତ୍ମନିର୍ଦ୍ଧାରଣ କରିବାର ସୁଯୋଗ ଦେଉନାହିଁ ।କୁମାମ କହିଥିଲେ ଯେ ପାକିସ୍ତାନ ସବୁବେଳେ ନିରାପତ୍ତା ପରିଷଦ ରିଜୋଲ୍ୟୁସନ କଥା କହୁଛି କିନ୍ତୁ ନିଜେ କୌଣସି ନିୟମ ମାନିନାହିଁ । ଜାତିସଂଘର ନିୟମ ଅନୁସାରେ ପାକିସ୍ତାନ ପ୍ରଥମେ ନିଜ ଅଧିକାରରେ ରଖିଥିବା କାଶ୍ମୀରକୁ ଛାଡିବା କଥା । କିନ୍ତୁ ତାହା କରିବାକୁ ପାକିସ୍ତାନ ଭୁଲି ଯାଉଛି ।