ଚିଟଫଣ୍ଡ ଲିଙ୍କ ଖୋଳତାଡ : ସିବିଆଇରେ ହାଜର ହୋଇ ପକ୍ଷ ରଖିଲେ ଦିଲ୍ଲୀପ ମିଶ୍ରଙ୍କ ଓକିଲ ମିହିର ମହାନ୍ତି

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିବିଆଇରେ ହାଜର ହେଲେ ଓକିଲ ମିହିର ମହାନ୍ତି । ଦିଲ୍ଲୀପ ମିଶ୍ରଙ୍କ ପକ୍ଷରୁ ହାଜର ହୋଇ ରଖିଲେ ପକ୍ଷ । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ରାଜନୈତିକ ପିଏ ଦିଲ୍ଲୀପ ମିଶ୍ର । ମୋ ମହକିଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି ବୋଲି କହିଛନ୍ତି ଓକିଲ ମିହିର ମହାନ୍ତି । ଦିଲ୍ଲୀପ ମିଶ୍ରଙ୍କ ହୃଦଜନିତ ସମସ୍ୟା ରହିଥିବାରୁ ଡାକ୍ତରୀ ରିପୋର୍ଟ ଦାଖଲ କଲି ବୋଲି କହିଛନ୍ତି ଓକିଲ ମିହିର ମହାନ୍ତି । ଗତକାଲି ଦିଲ୍ଲୀପ ମିଶ୍ର ଡାକ୍ତରଖାନାରେ ଭର୍ତି ହୋଇଥିଲେ । ୭ ଦିନ ପରେ ଦିଲ୍ଲୀପ ମିଶ୍ର ସିବିଆଇରେ ହାଜର ହୋଇପାରନ୍ତି । ଆଜି ଦିଲ୍ଲୀପ ମିଶ୍ରଙ୍କ ସିବିଆଇରେ ହାଜର ହେବାର ଥିଲା ।