ମହାନଦୀ ପରେ ଇବ ପାଣି ଉପରେ ଛତିଶଗଡର ନଜର : ଛତିଶଗଡରେ ଓଡିଶାର ଇଂଜିନିୟରିଂ ଟିମ୍

37

କନକ ବ୍ୟୁରୋ : ଛତିଶଗଡରେ ଓଡିଶା ଜଳ ସଂପଦ ବିଭାଗର ଏକ ଇଂଜିନିୟରିଂ ଟିମ୍ । ଇବ ନଦୀ ଉପରେ ଛତିଶଗଡ ନିର୍ମାଣ କରୁଥିବା ଆନିକଟ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ମହାନଦୀ ପରେ ଇବ ନଦୀ ଉପରେ ନଜର ପକାଇଛି ଛତିଶଗଡ । ସୁନ୍ଦରଗଡ ଓ ଝାରସୁଗୁଡାର ଜୀବନରେଖା କୁହାଯାଉଥିବା ଇବ ନଦୀ ଉପରେ ଛତିଶଗଡ ଏକ ଆନିକଟ ନିର୍ମାଣ କରୁଥିବା ସଂପର୍କୀତ ଖବର ଗତ ଶନିବାର ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଇବ ନଦୀ ଛତିଶଗଡର କୁନକରିରୁ ବାହାରି ଓଡିଶାର ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାର ଲଖନପୁରରେ ଭେଡେନ ନଦୀରେ ମିଶି ହୀରାକୁଦ ଜଳ ଭଣ୍ଡାରରେ ପଡିଛି ।