ଜାପାନୀ ଜ୍ୱରର ସ୍ଥିତି ପରଖିବାକୁ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

23

ମାଲକାନଗିରି : ଜାପାନୀ ଜ୍ୱରର ସ୍ଥିତି ପରଖିବାକୁ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସହ ବିଜେପିର ୫ ଜଣିଆ ଟିମ୍ ଏବେ ଜାପାନୀ ଜ୍ୱରରେ ପ୍ରଭାବିତ ପାଲକୋଣ୍ଡା ଗାଁରେ ବୁଲି ସ୍ଥିତି ପରଖୁଛନ୍ତି ।

ଏହି ଟିମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଓ ଭୃଗୁ ବକ୍ସିପାତ୍ର ମଧ୍ୟ ସାମିଲ ହୋଇଛନ୍ତି ।

ଏହି ଟିମ୍ ଜାପାନୀ ଜ୍ୱରରେ ଆକ୍ରାନ୍ତଙ୍କୁ ଭେଟିବା ସହ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି ।