ସଂଗୀନ ହେଉଛି ସ୍ୱାସ୍ଥ୍ୟବସ୍ଥା ! କଥା କହିବା ବନ୍ଦ କରିଦେଲେ ଦୁଷ୍କର୍ମ ପୀଡିତା

44

ଢେଙ୍କାନାଳ : ପ୍ରେମିକାକୁ ଦୁଷ୍କର୍ମ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ପ୍ରେମିକ ଶିବାଶିଷ ମହାନ୍ତିଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ନିଜ ସ୍ୱାର୍ଥ ହାସଲ ପରେ ପ୍ରେମିକାକୁ ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲା ଶିବାଶିଷ ।

ସେପଟେ କଥା କହିବା ବନ୍ଦ କରି ଦେଇଛନ୍ତି ପୀଡିତା । ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ହସ୍ପିଟାଲରୁ ଆଜି କଟକ ଏସସିବି ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । ସନ୍ଦେହ କରାଯାଉଛି , ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ମୁମୂର୍ଷ ଅବସ୍ଥାରେ ଦୁଇ ଦିନ ଧରି ଜଙ୍ଗଲରେ ପଡି ରହିବା ପରେ ସେ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି । ଅନ୍ୟପଟେ ପୀଡିତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଛନ୍ତି ବିଭିନ୍ନ ମହିଳା ସଂଗଠନ ।

ଗତକାଲି ପୀଡିତାଙ୍କୁ ଢେଙ୍କାନାଳ ବାଏ ପାସ୍ ନିକଟ ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିଲା । ଅଭିଯୁକ୍ତ ଶିବାଶିଷ ମହାନ୍ତି ଚାକିରି ଦେବା ନାଁରେ ନିଜ ପ୍ରେମିକାକୁ ଘରୁ ଡାକି ଆଣି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଆଉ ଏହାପରେ ତାଙ୍କୁ ଆକ୍ରମଣ କରିବା ସହ ଅଚେତ ଅବସ୍ଥାରେ ଜଙ୍ଗଲରେ ଛାଡି ଦେଇ ଫେରାର୍ ହୋଇଯାଇଥିଲା ।

ଏହା ସହ ଦେଖନ୍ତୁ ପ୍ରେମିକା ସାଜିଲା ପୀଡିତା ! ଦୁଷ୍କର୍ମ କରି ଜଙ୍ଗଲରେ ଛାଡି ଫେରାର୍ ପ୍ରେମିକ