ବିମୁଦ୍ରାକରଣ ପରେ ଗହଣା ଦୋକାନ ଉପରେ ଚଢାଉ ! କଳାଟଙ୍କା ଓ ସୁନା ଜବତ

50

କନକ ବ୍ୟୁରୋ : ଗହଣା ସୋ’ରୁମରୁ ମିଳିଲା ୯୦କୋଟିର କଳାଟଙ୍କା ଓ ୧୦୦କିଲୋ ସୁନା । ଚେନ୍ନାଇ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ଗହଣା ଦୋକାନ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କଳାଟଙ୍କା ଓ ସୁନା ଜବତ କରାଯାଇଛି । ବିମୁଦ୍ରାକରଣ ପରେ ଚେନ୍ନାଇର ଏକାଧିକ ଗହଣା ଦୋକାନ ଉପରେ ଆଜି ଚଢ଼ାଉ କରାଯାଇଥିଲା । ଜବତ ଟଙ୍କା ଭିତରେ ୮୦କୋଟିର ଅଚଳ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ରହିଛି ।

ସେହିପରି ୧୦କୋଟି ଟଙ୍କାର ନୂଆ ୨୦୦୦ଟଙ୍କିଆ ନୋଟ୍ ରହିଥିବା ଜଣାପଡିଛି । ଆୟକର ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚେନ୍ନାଇର ଏକ ହୋଟେଲ, ଟି-ନଗରରେ ଥିବା ଗହଣା ସୋରୁମ୍ ଏବଂ ଜଣେ ଗହଣା ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏତେ ପରିମାଣର କଳା ଟଙ୍କା ଓ ସୁନା ଜବତ କରାଯାଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୩୦କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।