କେନ୍ଦ୍ରମନ୍ତ୍ରୀଙ୍କ ଉଗ୍ରରୂପ ! ପ୍ରଶାସନ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

27

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ୍ ହେଲା କେନ୍ଦ୍ରମନ୍ତ୍ରୀଙ୍କ ଉଗ୍ରରୂପ । ତରଭା ଗୁଳିକାଣ୍ଡ ଘଟଣାରେ ପୁଲିସ ଓ ପ୍ରଶାସନକୁ ଟାର୍ଗେଟ୍ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଶାସନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଦଲାଲିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି । ପ୍ରଜାତନ୍ତ୍ରରେ କେହି ମାଲିକ ନୁହେଁ ସବୁର ଉର୍ଦ୍ଧ୍ୱରେ କୋର୍ଟ କଚେରୀ ରହିଛି ବୋଲି ପ୍ରଶାସନକୁ ଟାର୍ଗେଟ୍ କରି କହିଛନ୍ତି ଧର୍ମେନ୍ଦ୍ର ।

ଢ଼େଙ୍କାନାଳ ତରଭା ଗୁଳିକାଣ୍ଡ ଘଟଣା ପରେ ମୃତ ସଲମାନ ରାଉତଙ୍କ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେବାକୁ ତରଭାରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ୍ ଏତିକି ବେଳେ ଦେଖିବାକୁ ମିଳିଥିଲା ମନ୍ତ୍ରୀଙ୍କ ଉଗ୍ରରୂପ । ଗୁଳିକାଣ୍ଡ ଘଟଣାରେ ପୁଲିସ ଏବଂ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର ।

ଏପଟେ ସଲମାନ ରାଉତଙ୍କ ହତ୍ୟା ଘଟଣାକୁ ପ୍ରତିବାଦ କରି ବିଜେପି ମାରିଛି ପୋଷ୍ଟର । ବାଜିରାଉତଙ୍କ ବୀର ମାଟିରେ ଏହି ଅତ୍ୟାଚାରର ସହିବ ନାହିଁ ବୋଲି ବିଜେପି ପକ୍ଷରୁ ପୋଷ୍ଟର ମାରାଯାଇଛି । ହତ୍ୟା ପଛର କାରଣ କଣ ସେନେଇ ସ୍ପଷ୍ଟ କରାଯାଉ ବୋଲି ଦାବି ହୋଇଛି । ଆଉ ଏହାରି ଭିତରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ଏହି ଭିଡିଓ ପ୍ରଶାସନକୁ କାଠଗଡ଼ାରେ ଠିଆ କରିଛି ।

ସଲମାନ ରାଉତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ଏବେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ୍ ।