ପୁରୀ : ଡିଜିଧନ ମେଳାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17

କନକ ବ୍ୟୁରୋ : ପୁରୀରେ ଅନୁଷ୍ଠିତ ହୋଇଛି ଡିଜିଧନ ମେଳା । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାବୁଲ୍ ସୁପ୍ରିୟୋ । ଡିଜିଟାଲ କାରବାର ନେଇ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ମେଳା କରାଯାଉଛି । ଡିଜିଟାଲ ନେଣ ଦେଣକୁ ପ୍ରୋତ୍ସାହନ ଦେବା, ଗ୍ରାହକ ଓ ବ୍ୟବସାୟୀଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କେନ୍ଦ୍ରମନ୍ତ୍ରୀ ଏହି ମେଳାରେ ସାମିଲ ହୋଇ କ୍ୟାସଲେସ୍ ଟ୍ରାଂଜାକସନ୍ ବାବଦରେ ଲୋକଙ୍କୁ ଜଣାଇଛନ୍ତି ।