ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି ଡେଙ୍ଗୁ : ବଡ଼ବିଲ, କଟକ ପରେ ଅନୁଗୁଳରେ ଡ଼େଙ୍ଗୁ ରୋଗୀ ଚିହ୍ନଟ

26

ଅନୁଗୁଳ : ବଡ଼ବିଲ, କଟକ ପରେ ଏବେ ଅନୁଗୁଳରେ ପ୍ରଥମ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ୫୨ଟି ରକ୍ତ ନମୂନାର ଡ଼େଙ୍ଗୁ ପରୀକ୍ଷା କରାଯାଇଥିଲା । ସେଥିରୁ ଦୁଇଟିରେ ଡ଼େଙ୍ଗୁ ପଜିଟିଭ ଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ରନ୍ତଲେଇ ଗାଁର ଉପମା ସିଂଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼େଙ୍ଗୁ ୱାର୍ଡ଼ରେ ଚିକିତ୍ସା କରାଯାଉଛି । ସେହପରି ଅନ୍ୟଜଣେ ବଲରାମ ପ୍ରସାଦ ଗାଁର ଅଶୋକ ବେହେରା ସେ କଟକରେ ଚିକିତ୍ସିତ ହେଉଥିବା ହସ୍ପିଟାଲ କର୍ତୃପକ୍ଷ ସୁଚନା ଦେଇଛନ୍ତି । ସେପଟେ ହସ୍ପିଟାଲର ଏକ ଟିମ୍ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ –