ବେକାବୁ ହେଉଛି ଡେଙ୍ଗୁ : କେନ୍ଦୁଝର ଓ କଟକରେ ଡେଙ୍ଗୁ ସ୍ଥିତି ଅଣାୟତ

33

କେନ୍ଦୁଝର : କେନ୍ଦୁଝରରେ ଆଉ ଜଣଙ୍କ ଜୀବନ ନେଲା ଡେଙ୍ଗୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀରାମ ନଗରର ସୁକାନ୍ତି କାରୁଆଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ବଡବିଲ ମେଡିକାଲରେ ଶୁକରମଣି ସାଣ୍ଡିଲ ନାମକ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଡେଙ୍ଗୁ ମୃତ୍ୟୁ ସଂଖ୍ୟା ଦୁଇରେ ପହଂଚିଛି । କେନ୍ଦୁଝରରେ ବର୍ତମାନ ସୁଦ୍ଧା ୩୦୦ ରୋଗୀ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡିଛି । ସେପଟେ କଟକ ବଡମେଡିକାଲରେ ଥିବା ୩୫ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏହି ସମସ୍ତ ରୋଗୀ କେନ୍ଦୁଝର, କଟକ ଓ ଭଦ୍ରକ ଅଂଚଳରୁ ଆସିଥିବା ବଡମେଡିକାଲ କର୍ତୃପକ୍ଷ କହିଛନ୍ତି ।