ସିବିଆଇର ନିର୍ଦ୍ଦେଶକ ଭାବେ ଦିଲ୍ଲୀ ପୁଲିସ କମିଶନର ଆଲୋକ ବର୍ମାଙ୍କୁ ନିଯୁକ୍ତି : ଦୌଡରେ ଥିଲେ ୪୫ ପୁଲିସ ଅଧିକାରୀ

30

କନକ ବ୍ୟୁରୋ : ସିବିଆଇ ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଭାବେ ଦିଲ୍ଲୀ ପୁଲିସ କମିଶନର ଆଲୋକ ବର୍ମାଙ୍କୁ ନିଯୁକ୍ତି ମିଳିଛି । ୧୯୭୯ ବ୍ୟାଚ କ୍ୟାଡର ଆଇପିଏସ ଅଧିକାରୀ ବର୍ମା ଗତ ୧୧ ମାସ ଧରି ଦିଲ୍ଲୀ ପୁଲିସ କମିଶନର ଭାବେ ଅବସ୍ଥାପିତ ହୋଇଥିଲେ । ଡିସେମ୍ବର ୨ ତାରିଖରେ ସିବିଆଇ ନିର୍ଦ୍ଦେଶକ ପଦରୁ ଅନୀଲ ସିହ୍ନା ଅବସର ଗ୍ରହଣ କରିବା ପରେ ରାକେଶ ଅସ୍ଥାନା ଅସ୍ଥାୟୀ ଭାବେ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ଏହି ପଦବୀ ପାଇଁ ୪୫ ଜଣ ପୁଲିସ ଅଧିକାରୀଙ୍କ ନାମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ବର୍ମାଙ୍କୁ ଏହି ପଦବି ପାଇଁ ବିବେଚିତ କରିଥିଲେ । ବର୍ମା ପୁର୍ବରୁ ତିହାର ଜେଲର ମହା ନିର୍ଦ୍ଦେଶକ ଓ ମିଜୋରାମ ପୁଲିସ ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୭ ଅଗଷ୍ଟରୁ ୨୦୦୮ ଡିସେମ୍ବର ମଧ୍ୟରେ ସେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଂଚର ଯୁଗ୍ମ ଓ ସ୍ୱତନ୍ତ୍ର କମିଶନର ଭାବେ କାର୍ଯ୍ୟ କରିଥିଲେ ।