କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା ! ମୋଦି, ରାହୁଲଙ୍କ ପରେ ଆଜି ଆସୁଛନ୍ତି ଅରବିନ୍ଦ କେଜିରିୱାଲ 

134

କନକ ବ୍ୟୁରୋ : ଆଜି ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ   । ମୁଖ୍ୟମନ୍ତ୍ରୀ ହେବା ପରେ କେଜରିୱାଲ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି  । କେଜରିୱାଲ ଭୁବନେଶ୍ୱରର ଲୋୟର ପିଏମଜିରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି  ।  ତେବେ ଏହି ଗସ୍ତ ବେଳେ କେଜିରିୱାଲ ନବୀନଙ୍କୁ ଭେଟିବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ  । ତାଙ୍କ ସହ ଅନ୍ୟ କେତେକ ଜାତୀୟ ସ୍ତରର ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଅରବିନ୍ଦ କେଜରିୱାଲଙ୍କ ଗସ୍ତନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି । ତେବେ ସମାବେଶରେ ସେ ଦିଲ୍ଲୀ ସରକାରଙ୍କର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ବଖାଣିପାରନ୍ତି ।

source : The Indian Express

ସେପଟେ ପୁଣି ଆସନ୍ତା ଫେବ୍ରୁଆରୀ ୩ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ।  ପୁରୀରେ ଅୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧ ଲକ୍ଷ ଆଦିବାସୀଙ୍କୁ ସମ୍ବୋଧିତ କରିବେ ଅମିତ୍ ଶାହା । ଅନ୍ୟପଟେ ଆସନ୍ତା ୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୬ ତାରିଖରେ ପଶ୍ଚିମ ଓଡିଶାର ଭବାନୀପାଟଣା ଓ ରାଉରକେଲାରେ ହେବାକୁ ଥିବା ଦୁଇଟି ସମାବେଶରେ ସେ ଯୋଗଦେବେ ।