ଏଲଓସି ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ !

28

କନକ ବ୍ୟୁରୋ : ଏଲଓସି ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ସୀମାରେ ଲାଗି ରହିଥିବା ଅଶାନ୍ତି ସମ୍ପର୍କରେ ଆଲୋଚନା କରିବେ ଅରୁଣ ଜେଟଲୀ । ପାକିସ୍ତାନର ଆକ୍ରମଣ ସମ୍ପର୍କରେ ମୋଦିଙ୍କ ସହ ସବିଶେଷ ଆଲୋଚନା କରିବେ ଜେଟଲୀ । ଏହି ବୈଠକରେ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ।

କଶ୍ମୀର ପୁଂଛ ସେକ୍ଟରରେ ଥିବା କ୍ରିଷ୍ଣା ଘାଟି ଉପରେ ଆତଙ୍କବାଦୀ ଓ ପାକିସ୍ତାନୀ ସେନାର ଏକ ମିଳିତ ଟିମ୍ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଯାଇଥିଲେ । ଦୁଇ ଜଣ ସୈନିକଙ୍କ ଶରିରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାଟି ନେଇଥିଲେ ପାକିସ୍ତାନୀ ଯବାନ । ଏହି ଘଟଣା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ପ୍ରତିରକ୍ଷା ମନ୍ତ୍ରୀ ।

ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ମଧ୍ୟ ଉଭୟ ଦେଶର ଡିଜିଏମ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସେପଟେ ଆଜି ସକାଳେ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି ଜମ୍ମୁ କଶ୍ମୀରର ରାଜ୍ୟପାଳ ଏନ.ଏନ୍ ବୋହରା । ରାଜ୍ୟର ଆଇନ କାନୁନ ବ୍ୟବସ୍ଥା ସମ୍ପର୍କରେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ।