ବଢିଲା ଅବଧି ! ପ୍ୟାନ-ଆଧାର ସଂଯୋଗ ସୀମା ଘୁଞ୍ଚିଲା, ଜାଣନ୍ତୁ କେତେ ତାରିଖ ଭିତରେ କରାଇ ହେବ ପ୍ୟାନ୍-ଆଧାର ଲିଙ୍କ୍

32

କନକ ବ୍ୟୁରୋ: ଆୟକର ପରମାନେଣ୍ଟ୍ ଅକାଉଣ୍ଟ୍ ନମ୍ବର(ପ୍ୟାନ୍) ସହ ଆଧାରକୁ ସଂଯୋଗ କରିବା ପାଇଁ ଯେଉଁ ସମୟ ସୀମା ରହିଥିଲା ସରକାର ତାହାକୁ ବଢ଼ାଇ ଦେଇଛନ୍ତି । ପ୍ୟାନ୍ ସହିତ ଆଧାର ସଂଯୋଗ କରିବାର ଅବଧିକୁ କେନ୍ଦ୍ର ସରକାର ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ପୂର୍ବରୁ ୩ ଥର ଏହି ତାରିଖ ବଦଳି ସାରିଛି । ଏଥରକୁ ମିଶାଇ ଆଧାର ସହ ପ୍ୟାନ୍ ସଂଯୋଗର ସମୟ ସୀମା ୪ର୍ଥ ଥର ପାଇଁ ବୃଦ୍ଧି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ୟାନ-ଆଧାର ସୀମା ଡିସେମ୍ବର ୩୧ରୁ ମାର୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା । କେବଳ ପ୍ୟାନ୍ ସହ ନୁହେଁ ବରଂ ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍, ବୀମା ପଲିସ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗ ନେଇ ୩୧ ତାରିଖ ପର୍ଯ୍ୟନ୍ତ ଅବଧି ଥିବା ସରକାର ଘୋଷଣା କରିଥିଲେ । ପୂର୍ବରୁ ଆଧାର ସଂଯୋଗକୁ ବିରୋଧ କରି ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏକ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍, ବୀମା ପଲିସ୍ ଆଦିରେ ଆଧାର ସଂଯୋଗକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ।