ଡିଏଭି ସ୍କୁଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ ! ଆତ୍ମହତ୍ୟା ସନ୍ଦେହ

82

କନକ ବ୍ୟୁରୋ: ଡିଏଭି ସ୍କୁଲରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । ୟୁନିଟ୍- ୮ଡିଏଭି ସ୍କୁଲ ହଷ୍ଟେଲରୁ ଛାତ୍ରୀଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତେବେ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ୍ ପହଂଚି ଛାନଭିନ ଆରମ୍ଭ କରିଛି ।

ସୂଚନା ମୁତାବକ, ଭୁବନେଶ୍ୱର ୮ ନମ୍ବରସ୍ଥିତ ଡିଏଭି ସ୍କୁଲର ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ଡିଏଭି ସ୍କୁଲ ପରିସରରେ ଥିବା ଛାତ୍ରୀନିବାସରେ ରହୁଥିବା ଏହି ଛାତ୍ରୀଜଣକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଛାତ୍ରୀଜଣଙ୍କର ଗତକାଲି ରାତିଠାରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି । ପୁଲିସ ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏଥିସହିତ ପୁଲିସ ମଧ୍ୟ ଏକ ସୁଇସାଇଡ ନୋଟ ଜବତ କରିଥିବା ଜଣାପଡିଛି ।

ପୁଲିସ ଛାନଭିନ ପରେ ଜଣାପଡିଛି କି, ମୃତ ଛାତ୍ରୀ ହେଲେ ତନୟା ବାନାର୍ଜୀ । ସୂଚନା ଅନୁଯାୟୀ, ଗତକାଲି ରାତିରେ ସମସ୍ତେ ଶୋଇପଡିବା ପରେ ଛାତ୍ରୀ ଜଣକ ଫ୍ୟାନରେ ଓଢ଼ଣୀ ସହାୟତାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଛାତ୍ରୀ ଜଣକୁ ସିନିଅର ଛାତ୍ରୀମାନେ ମାନସିକ ନିର୍ଯାତନା ଦେଉଥିଲେ । ଲିପଷ୍ଟିକ ଓ ପାଉଡର ପାଇଁ ଝଗଡା ହୋଇଥିଲା । ଝିଅକୁ ଚୋର କରି କିଛି ଝିଅ ରୁମ ଭିତରେ ପଶି ତାକୁ ମାରପିଟ କରିଥିବା ସେ ତାଙ୍କ ମାଙ୍କୁ କହିଥିବା ସେ କହିଛନ୍ତି ।

ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ତନୟାଙ୍କ ମା କହିଛନ୍ତି । ଏପରିକି ଏପରିକି ତାଙ୍କ ଝିଅର ମୃତ୍ୟୁ ନେଇ ତାଙ୍କ ମାଙ୍କୁ କୁହାଯାଇନଥିବା ସେ ଅଭିଯୋଗ କରିଛନ୍ତି । ସ୍କୁଲ କତୃପକ୍ଷଙ୍କୁ ମଧ୍ୟ ସେ ଦାୟୀ କରିଛନ୍ତି । ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତେବେ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଥିବା ଜଣାପଡିଛି ।