ଚର୍ଚ୍ଚାରେ ଦାମଙ୍କ ବୟାନ : ବିଷ୍ଣୁ ଦାସଙ୍କୁ୬ ଚକିଆ ଟ୍ରକ୍ କହି କଲେ କଟାକ୍ଷ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟସଭା କିଏ ଯିବେ । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଘୋଷଣା କରିଛନ୍ତି ଦଳର ତିନି ପ୍ରାର୍ଥୀଙ୍କ ନାଁ । ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ ଭାସ୍କର ରାଓଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ଏହାକୁ ସ୍ୱାଗତ କରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କିନ୍ତୁ ତାହାରି ଭିତରେ ଦେଇଛନ୍ତି ଏକ ବିବାଦୀୟ ବୟାନ । ଦାମ କହିଛନ୍ତି ବିଜୁ ଅନୁଗତ ଜଣେ ଦଳିତ ନେତା ରାଜ୍ୟସଭାକୁ ମନୋନିତ ହୋଇଥବାରୁ ମୁଁ ଆନନ୍ଦିତ । ମୋର ହେଉଛି ଅଠର ଚକିଆ ଟ୍ରକ ବାର ଚକିଆ କି ଛଅ ଚକିଆରେ ତ ମାଡିକି ଯାଇହେବନି, ଏଥିରେ ବ୍ୟସ୍ତ ହେବାର ନାହିଁ ।