ଯଜ୍ଞ ପାଇଁ ଚାନ୍ଦା ନ ଦେବାରୁ ଭିନ୍ନକ୍ଷମ ଦମ୍ପତିଙ୍କ ଉପରେ ଗାଁ ଲୋକଙ୍କ ଜୁଲୁମ୍

19

ଭଦ୍ରକ : ଚାନ୍ଦାକୁ ନେଇ ତୁମୁଳ କାଣ୍ଡ । ଭିନ୍ନକ୍ଷମ ଦଂପତିଙ୍କୁ ବର୍ଷେ କାଳ ସାମାଜିକ ବାସନ୍ଦ । ଗାଁ ଛାଡି ଚାଲି ଯିବାକୁ ଗାଁ ଲୋକଙ୍କ ତୋଗଲକି ଫରମାନ । ଆଉ ମିଆଦ ପୁରିବା ପରେ ଗାଁ ବାଲା ଭାଙ୍ଗିଦେଲେ ଚାଳ ଛପରର ଘର । ଭଦ୍ରକ କରଞ୍ଜଗୁଣୁପୁର ଗାଁରେ ଘଟିଛି ଏହି ମଧ୍ୟ ଯୁଗୀୟ ବର୍ବରତା । ଏନେଇ ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହେବା ପରେ ବି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି ।