ଦଇତାପତି ପ୍ରେମାନନ୍ଦ ଦାସମହାପାତ୍ରଙ୍କ ମାଡରେ ଡାକ୍ତର ଘାଇଲା

34

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଦଇତାପତିଙ୍କ ମାଡରେ ଡାକ୍ତର ଘାଇଲା । ପୁରୀ ମେଡିକାଲରେ ଜଣେ କର୍ତବ୍ୟରତ ଡାକ୍ତରଙ୍କୁ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି ଗତକାଲି ରାତିରେ ନିଜ ନାତୁଣୀକୁ ନେଇ ପୁରୀ ମେଡିକାଲ ଯାଇଥିଲେ ପ୍ରେମାନନ୍ଦ । ଚିକିତ୍ସା ପାଇଁ ନେଇଥିବାବେଳେ ଡ୍ୟୁଟିରେ ଥିବା ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ ତାଙ୍କୁ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହି ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଏକ ଆଉଟଡୋର ଟିକେଟ କରିବାକୁ କହିଥିଲେ । ହେଲେ ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ ପ୍ରେମାନନ୍ଦ । ଆଉ ସଂପୃକ୍ତ ଡାକ୍ତରଙ୍କୁ ସିଡିଏମଓଙ୍କ ନମ୍ବର ମାଗିଥିଲେ ।

ଡାକ୍ତର ମନା କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଡାକ୍ତର ଜଣକ । ଏନେଇ ସେ କୁମ୍ଭାରପଡା ଥାନାରେ ମାମଲା ରୁଜୁ କରିଛନ୍ତି । ଏହାକୁ ନେଇ ଆଜି ଡାକ୍ତର ସଂଘ ଏକ ବୈଠକ କରିବାକୁ ନିଷ୍ପତି ନେଇଛି । ଆହତ ଡାକ୍ତରଙ୍କ ଏତଲା କ୍ରମେ ପ୍ରେମାନନ୍ଦ ଦାସମହାପାତ୍ରଙ୍କୁ କୁମ୍ଭାରପଡା ଥାନା ପୁଲିସ ଥାନାକୁ ଆଣି ପଚରାଉଚରା କରିଛି । ସେପଟେ ପ୍ରେମାନନ୍ଦଙ୍କ ପକ୍ଷରୁ ମଧ୍ୟ ଡାକ୍ତରଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ହୋଇଛି ।