କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

36

କଟକ ବ୍ୟୁରୋ, କନକ ନ୍ୟୁଜ୍ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । ଆଜି ୩ଟି ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ହାଜର କରାଯାଇଛି । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲା ଓ ନକଲି ପ୍ୟାନ କାର୍ଡ ଜବତ ମାମଲରେ ତାଙ୍କୁ ଏସଡିଜେଏମ କୋର୍ଟ ଓ ଜଏମ୍ଏଫସି କୋର୍ଟରେ ହାଜର କରିଛି କମିସନରେଟ ପୁଲିସ । ସୁଶୀଲକୁ ବାଲେଶ୍ୱର ଜେଲରୁ ଓ ସୁଶାନ୍ତଙ୍କୁ ଝାରପଡା ଜେଲରୁ ଆଣି କୋର୍ଟରେ ହାଜର କରାଇଛି ପୁଲିସ । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲାରେ ଦୁଇ ଭାଇଙ୍କ ସମେତ ତାଙ୍କ ସହଯୋଗୀଙ୍କ ନାଁରେ ଥିବା ୯ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ । ଏହି କେସ ଗୁଡିକରେ ସେମାନଙ୍କୁ ଚାର୍ଜ ଫ୍ରେମ କରାଯାଇଛି । ଏସଡିଜେଏମ କୋର୍ଟରେ ଏହା ପରେ ଏହି ସବୁ ମାମଲାର ଟ୍ରାଏଲ ଆରମ୍ଭ ହେବ । ଏସଡିଜେଏମ କୋର୍ଟରେ ଚାଲୁଥିବା ଅସ୍ତ୍ରଶସ୍ତ୍ର ଜବତ ମାମଲା ସେସନ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।