ଭୟଙ୍କର ବାତ୍ୟାର ରୂପ ନେଲା ତିତଲି । ଓଡିଶା ଉପକୂଳରୁ ଆଉ ମାତ୍ର ୩୭୦ କିଲୋମିଟର ଦୂରରେ, ପବନ ବହିବ, ପ୍ରବଳ ବର୍ଷିବ

89

କନକ ବ୍ୟୁରୋ : ଭୟଙ୍କର ବାତ୍ୟାର ରୂପ ନେଲା ତିତଲି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଭୟଙ୍କର ବାତ୍ୟାରେ ପରିଣତ ହୋଇ ସାରିଛି । ଏବେ ଏହା ଗୋପାଳ ପୁର ଠାରୁୁ ମାତ୍ର ୩୭୦ କିଲୋମିଟର ଦୂରରେ ଥିବା ବେଳେ କିଳଙ୍ଗପଟ୍ଟନମ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଝିରେ ଅତି ଭୟଙ୍କର ରୂପ ନେଉଥିବା ତିତଲି ଆସନ୍ତାକାଲି ୧୧ଟା ସୁଦ୍ଧା ସ୍ଥଳଭାଗକୁ ଛୁଇଁବ ତିତଲି । ଘଣ୍ଟାକୁ ୧୦ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ବାତ୍ୟା ତିତଲି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ତିତଲି ଉପକୂଳରେ ପହଞ୍ଚିବା ପରେ ତାଣ୍ଡବ ରଚିପାରେ । ଏହି ସମୟରେ ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ ବହିପାରେ । ଖାସକରି ତିତଲି ପ୍ରଭାବରେ ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଦିନ ବଢିବା ସହ ବର୍ଷା ଓ ପବନର ବେଗ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଆସନ୍ତାକାଲି ତିତଲିର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ଖାସକରି ଓଡିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରେ ତିତଲିର ଅଧିକ ପ୍ରଭାବ ଦେଖିବାକୁ ମିଳିବ ।

ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ବେଶ ସଜାଗ ହୋଇ ଉଠିଛନ୍ତି । ସମସ୍ତ ପ୍ରକାର ପ୍ରସ୍ତୁତି ଏକରକମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବା ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତିତଲି ପାଇଁ ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ କରାଯାଇଛି । ଏପରିକି ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖିବାକୁ କୁହାଯାଇଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବାତ୍ୟା ତିତଲି କିନ୍ତୁ ପ୍ରବଳରୁ ଅତି ପ୍ରବଳ, ଠାଏ ଠାଏ ଭୀଷଣ ବର୍ଷାକୁ ସାଙ୍ଗରେ ଆଣି ଆସୁଛି। ଏପରିକି ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ୨୦୦ ମିଲିମିଟରରୁ ଅଧିକ େହାଇପାେର। ଏଣୁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ େହବାର ସମ୍ଭାବନା ଅଧିକ। ୧୨ ତାରିଖ ପର‌୍ୟ୍ୟନ୍ତ ୪୮ ଘଣ୍ଟା ଧରି ତିତଲି ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ରଖିବ। ଅନ୍ୟପକ୍ଷରେ ବିଶେଷଜ୍ଞମାନେ ଏକଥା ବି ଚେତାଇ ଦେଇଛନ୍ତି ଯେ ଯେଉଁ ସମୟରେ ବାତ୍ୟା ଉପକୂଳରେ ମାଡ଼ ହେବ ସେହି ସମୟରେ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଉପକୂଳବର୍ତ୍ତୀ ସମୂଦ୍ରରେ ଦୁଇ ଫୁଟ ଉଚ୍ଚର ଜୁଆର ଉଠିବ। ଏଥିସହିତ ୧୨ ତାରିଖ ପର‌୍ୟ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମଧ୍ୟ ମନା କରାଯାଇଛି ଓ ବନ୍ଦରମାନଙ୍କେର ୪ ନମ୍ବର ବିପଦ ସଙ୍କେତ ସୂଚନା ଦିଆଦିଆଯାଇଛି।