ହୁସିଆର୍ ! ମାଡିଆସୁଛି ଭୟଙ୍କର ଝଡତୋଫାନ, ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ, ଏହିସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

84

କେରଳରେ ଜାରି ରହିଛି ବର୍ଷାର ତାଣ୍ଡବ । ଲଗାଣ ବର୍ଷା କାରଣରୁ କେରଳ ବିଭିନ୍ନ ସ୍ଥାନରେ ଏବେ ବନ୍ୟା ପରିସ୍ଥିତି ଉପୁଜିଛି । ତେବେ ବର୍ଷାର ଏହି କରାଳ ରୂପରେ ଏଯାବତ ପାଖାପାଖି ୨୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏପରିକି ଗତ କିଛିଦିନ ହେଲା ଲାଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ଏବେ ବୃଦ୍ଧିପାଇବାରେ ଲାଗିଛି ।

ସାରା ଦେଶରେ ବିଭିନ୍ନ ଜିଲ୍ଲା ଏବେ ବର୍ଷାର ଆୟତରେ । ଲଗାତର ଭାବରେ ପରିବର୍ତ୍ତନ ହେଉଥିବା ଜଳବାୟୁ କାରଣରୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଚକ୍ରବାତୀ ଝଡ ସୃଷ୍ଟି ହେବା ସତର୍କ ସୂଚନା ଦିଆଯାଇଛି । ଯେଉଁ କାରଣରୁ ଆସନ୍ତା ୩୬ ଘଂଟା ମଧ୍ୟରେ ଦେଶର ପାଖାପାଖି ୯ଟି ରାଜ୍ୟରେ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଛତିଶଗଡ ତଥା ପୂର୍ବମଧ୍ୟ ପ୍ରଦେଶରରେ ଏକ ଏୟାର ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବା କାରଣରୁ ପାଣିପାଗର ମିଜାଜ ଆଗାମୀ କିଛି ଘଂଟା ମଧ୍ୟରେ ବଦଳିଯାଇପାରେ । ଯେଉଁ କାରଣରୁ ଆଗାମୀ ୩୬ ଘଂଟା ମଧ୍ୟରେ କିଛି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ସମ୍ଭାବନା ରହିଛି ।

ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି କି, ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୨ ତାରିଖଠାରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ହେଲେ ଏହାପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ୧୧ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

୧୨ ତାରିଖଠାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତ୍ସିଂହପୁର, ଯାଜପୁରରେ ୧୪ ତାରିଖ ଯାଏ ବର୍ଷାର ପ୍ରଭାବ ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।