ଚେକିଂ ବେଳେ ଆଉ ଡ୍ରାଇଭିଙ୍ଗ ଲାଇସେନ୍ସ ମାଗିବେନି ପୋଲିସ କର୍ମଚାରୀ ! ପରିବହନ ମନ୍ତ୍ରାଳୟ ଆଣିବାକୁ ଯାଉଛି ଏହି ନୂଆ ନିୟମ ।

50

ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଯାନବାହାନ ପଞ୍ଜିକରଣ ସାର୍ଟିଫିକେଟକୁ ସର୍ବଦା ନିଜ ପାଖରେ ରଖିବା ବାଧ୍ୟତାମୂଳକ ହୋଇଥାଏ । ଏବେ ଏହି ଅନିବାର୍ଯ୍ୟତା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟଗୁଡିକୁ ସରକାର କହିଛନ୍ତି ଯେ, ସେମାନେ ଏହା ସମ୍ବନ୍ଧିତ ସମସ୍ତ ଦସ୍ତାବିଜର ଡିଜିଟାଲ କପିକୁ ସ୍ୱୀକାର କରନ୍ତୁ । ଦିଆଯାଇଥିବା ଏହି ଡିଜିଟାଲ ଇମେଜ୍ ଆପଣଙ୍କ ମୋବାଇଲରେ ସରକାରଙ୍କ ତରଫରୁ କାଗଜପତ୍ର ରଖିବା ପାଇଁ ଆରମ୍ଭ କରାଯାଇଥିବା ଡିଜିଟାଲ ଲକର କିମ୍ବା ପରିବହନ ବିଭାଗର ଏମପରିବହନ ପ୍ଲାଟଫର୍ମରେ ସୁରକ୍ଷିତ ରଖିବ । ବୁଧବାର ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

କେନ୍ଦ୍ରୀୟ ଭୂତଳ ପରିବହନ ଏବଂ ହାଇୱେ ମନ୍ତ୍ରାଳୟ ପକ୍ଷରୁ ପଠାଯାଇଥିବା ଆଡଭାଇଜରିରେ ରାଜ୍ୟ ସରକାରଙ୍କୁ ନୋଟିସ କରାଯାଇଛି । ଏଥିରେ କୁହାଯାଇଛି ଯେ, ଇଲେକ୍ଟ୍ରୋନିକ୍ସ ରୂପରେ ଦିଆଯାଉଥିବା ଡିଏଲ୍ ଏବଂ ଆରସି ବହିକୁ ମୋଟର ଭେଇକିଲ ଆକ୍ଟ-୧୯୮୮ ଆଧାରରେ ସ୍ୱୀକାର କରିବାକୁ ହେବ । ଏହାର ନିର୍ଦ୍ଦେଶ ଟ୍ରାଫିକ ପୋଲିସ ଏବଂ ଆରଟିଓକୁ ଦେବା ପାଇଁ ସମସ୍ତ ରାଜ୍ୟକୁ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଇ-ଚାଲାଣ କଟା ଯିବା ସ୍ଥିତିରେ ଏହି କାଗଜପତ୍ରର ଯାଞ୍ଚ ମଧ୍ୟ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଦେଖାଯିବ । ତେବେ ପୂର୍ବରୁ ଡିଜିଟାଲ ପତ୍ର ଏବଂ ଏମପରିବହନ ଆପ ସାହାଯ୍ୟରେ କାଗଜପତ୍ର ଟ୍ରାଫିକ ପୋଲିସଙ୍କୁ ଦେଖାଉଥିଲେ ମଧ୍ୟ ଚାଲାଣ କଟାଯାଉଥିବାର ଶତାଧିକ ଅଭିଯୋଗ ମନ୍ତ୍ରାଳୟ ନିକଟକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଆରସି ବହିର ଡିଜିଟାଲ କପି ଆପଣଙ୍କ ମୋବାଇଲରେ ରହିବ ।