ୟୁରୋପ ସମେତ ବିଶ୍ୱର ୯୯ଟି ଦେଶରେ ସାଇବର ଆଟାକ୍ ! ରେନସମବେୟର ଭାଇରସରେ ଜନଜୀବନ ପ୍ରଭାବିତ

22

କନକ ବ୍ୟୁରୋ: ୟୁରୋପ ସମେତ ବିଶ୍ୱର କିଛି ଦେଶର ସାଇବର ଆଟାକ ହୋଇଛି । ଖବର ଅନୁସାରେ, ୟୁରୋପ, ଆମେରିକା, ଚୀନ ଓ ଋଷର କିଛି ସ୍ଥାନରେ କମ୍ପ୍ୟୁଟର କାମ କରିବା ବନ୍ଦ କରିଦେଇଛି । ଏଭଳି ସାଇବର ଆଟାକ ପାଇଁ ରେନସମବେୟର ନାମକ ଏକ ଭାଇରସ ଦାୟୀ ବୋଲି କୁହାଯାଉଛି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟସେବା ବିଶେଷଭାବେ ପ୍ରଭାବିତ ହୋଇଛି ।

ଇଂଲଣ୍ଡର କିଛି ହସପିଟାଲ କର୍ତୃପକ୍ଷଙ୍କ କହିବା କଥା ହେଲା, କମ୍ପ୍ୟୁଟର ଖୋଲିବା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆଉ ହ୍ୟାକ ହୋଇଥିବା କମ୍ପ୍ୟୁଟରକୁ ଖୋଲିଲେ ମ୍ୟାସେଜ ଆସୁଛି ଫାଇଲ ରିକଭର କରିବା ପାଇଁ କିଛି ଫିସ୍ ଦେବାକୁ ପଡିବ । କିଛି ଦେଶରେ ସାଇବର ଆଟାକ ପାଇଁ ରେନସମବେୟର ଭାଇରସକୁ ଦାୟୀ କରାଯାଇଛି ।

ରେନସମବେୟର ଏଭଳି ଏକ ଭାଇରସ ଯାହ କମ୍ପ୍ୟୁଟରରେ ଥିବା ବିଭିନ୍ନ ଫାଇଲକୁ ନଷ୍ଟ କରିଦେବାର ଚେତାବନୀ ଦେଉଛି । ଏହା ମଧ୍ୟ ଧମକ ଦିଆଯାଉଛି ଯେ, ଫାଇଲକୁ ଅକ୍ଷତ ରଖିବାକୁ ଫିସ ଦେବାକୁ ପଡିବ । ତେବେ ଭାରତରେ ଏହି କମ୍ପ୍ୟୁଟର ଭାଇରସ ଆସିନାହିଁ । କିନ୍ତୁ ବିପଦ ଏବେ ବି ରହିଛି ।