କଟକ ଗୁରୁବାରି ସାହିରେ ବୋହୂ ନିର୍ଯାତନା ମାମଲା ! ଶାଶୂ-ଶ୍ୱଶୁରଙ୍କ ସମେତ ୪ ଗିରଫ

79

କନକ ବ୍ୟୁରୋ : କଟକ ଗୁରୁବାରି ସାହିରେ ବୋହୂ ନିର୍ଯାତନା ମାମଲା । ଶାଶୂ-ଶ୍ୱଶୁରଙ୍କ ସମେତ ୪ ଗିରଫ କରିଛି କମିସନରେଟ ପୁଲିସ । ତେବେ ଏବେ ବି ସ୍ୱାମୀ ଜ୍ୟୋତି ରଂଜନ ମହାନ୍ତି ଫେରାର ଅଛନ୍ତି । ସ୍ୱାମୀଙ୍କ ସମେତ ଶାଶୂ ଘର ଲୋକଙ୍କ ବିରୋଧରେ ବସିଥିଲେ ବୋହୂ ପ୍ରଜ୍ଞା । ନ୍ୟାୟ ପାଇଁ ଶ୍ୱଶୁରଘର ଆଗରେ ପିଲାଙ୍କୁ ଧରି ଧାରଣାରେ ବସିଥିଲେ ବୋହୂ ।

ମଙ୍ଗଳାବାଗ ଥାନାର ପ୍ରଜ୍ଞା ମହାନ୍ତି ଜଗତସିଂହପୁର ମୂଳବାସିନ୍ଦା ଜ୍ୟୋତି ପ୍ରକାଶ ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀଙ୍କର ଅନ୍ୟ ନାରୀମାନଙ୍କ ସହ ଅନୈତିକ ସମ୍ପର୍କ ରହିଛି । ଯାହାକୁ ବିରୋଧ କରିବାରୁ ପ୍ରଜ୍ଞାଙ୍କୁ, ଜ୍ୟୋତି ଓ ଶାଶୁଘର ଲୋକ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ଅଭିଯୋଗ କରିଛନ୍ତି ପ୍ରଜ୍ଞା ମହାନ୍ତି । ଶେଷରେ ନିଜ ପିଲାର ସୁରକ୍ଷା ଓ ନ୍ୟାୟ ପାଇଁ ଶାଶୂଘର ଆଗରେ ଧାରଣାରେ ବସିଥିଲେ ପ୍ରଜ୍ଞା ।