ଟ୍ରେନରେ ମିଳିବ ବିମାନ ସୁବିଧା ! ଆଜିଠାରୁ ଗଡିବ ‘ତେଜସ୍ ଏକ୍ସପ୍ରେସ୍ ’
ବିମାନ ପରି ସୁବିଧା ଯୋଗାଇବାର କ୍ଷମତା ରଖିଥିବା ‘ତେଜସ୍ ଏକ୍ସପ୍ରେସ୍ ’ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିବ । ‘ତେଜସ୍ ଏକ୍ସପ୍ରେସ୍ ’ଏହାର ଆଭ୍ୟନ୍ତରୀଣ ସାଜସଜ୍ଜା ଓ ସୁବିଧା ପାଇଁ ପ୍ରସିଦ୍ଧ । ଏହି ପ୍ରିମିୟମ-ଲକଜରୀ ଟ୍ରେନ୍ ଆଜି ଅପରାହ୍ନ ୩.୨୫ମିନିଟରେ ଛତ୍ରପତି ଶିବାଜୀ ଟର୍ମିନସରୁ ତାର ଯାତ୍ରା ଆରମ୍ଭ କରିବ । ମାତ୍ର ୯ ଘଣ୍ଟାରେ ଏହା କରମାଲି ଷ୍ଟେସନରେ ପହଁଚିବ । କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏହାକୁ ଦାଦର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଣ୍ଟାକୁ ୨୦୦କିମି ବେଗରେ ଯିବାର କ୍ଷମତା ରଖୁଥିବା ଏହି ଟ୍ରେନଟି ରେଳଟ୍ରାକରେ ଅସୁବିଧା ଥିବାରୁ ୧୬୦ କିମି ବେଗରେ ଯାତ୍ରା କରିବ । ଏଥିପାଇଁ ୱାଇ-ଫାଇ,ସିସିଟିଭି ,ମୋବାଇଲ ଚାର୍ଜିିଂ ପଏଣ୍ଟ ,ଫାୟାର ଆଣ୍ଡ ସ୍ମୋକ୍ ଡିଟେକସନ ସୁବିଧା ରହିଛି । ବର୍ଷା ଦିନେ ଏହା ସପ୍ତାହକୁ ୫ ଦିନ ଓ ଅନ୍ୟ ଦିନରେ ସପ୍ତାହକୁ ୩ଥର ଚାଲିବ । ୧୫ ବଗି ବିଶିଷ୍ଟ ଏହି ଟ୍ରେନରେ ଗୋଟିଏ ଏକଜିକ୍ୟୁଟିଭ୍ ଫାର୍ଷ୍ଟ ଏସି ଓ ୧୨ଟି ଚେୟାର-କାର୍ ବଗି ରହିଛି ।