ଆଇଓସିଏଲ ଗ୍ୟାସ୍ ବିତରଣରେ ଘୋଟାଲା ଅଭିଯୋଗ :ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଇଓସିଏଲରେ ଘୋଟାଲା ବିରୋଧରେ କଟକ-ଚୌଦ୍ୱାର ବିଜେଡିର ରଣହୁଂକାର । ବିନା ଟେଣ୍ଡରରେ ଗ୍ୟାସ୍ ବିତରଣ ଅଭିଯୋଗ ଆଣିଛି ବିଜେଡି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମୀର ଦେ ଓ ନୟନ ଦାସଙ୍କ ଇସ୍ତଫା ଦାବି ଜୋର ଧରିଛି । ଏଥିପାଇଁ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଟକ-ଚୌଦ୍ୱାର ବିଜେଡି କର୍ମୀ । ଏହାର ନେତୃତ୍ୱ ନେଇଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ ।