କଟକ ବାଦାମବାଡି ବସଷ୍ଟାଣ୍ଡରୁ ଆସିଲା ଚିନ୍ତାଜନକ ଚିତ୍ର ! ରୋଜଗାର ନମିଳିବାରୁ କୁଲିଗିରି କରୁଛନ୍ତି ଗ୍ରାଜୁଏଟ ଓ ଆଇଟିଆଇ ଡିଗ୍ରୀ ଧାରୀ

67

କନକ ବ୍ୟୁରୋ : କଟକର କୁଲି । ବୋଝ ବୋହିବାକୁ ବାଧ୍ୟ । ପାଖରେ ଅଛି ଉଚ୍ଚ ଶିକ୍ଷାର ଡିଗ୍ରୀ । ହେଲେ ଚାକିରି ନାହିଁ କି ଅନ୍ୟ କୈାଣସି ରୋଜଗାରର ପନ୍ଥା ନାହିଁ । ଫଳରେ ଉଚ୍ଚ ଶିକ୍ଷା ପରେ ବି ଅନ୍ୟର ବୋଝ ବୋହିବାକୁ ବାଧ୍ୟ ହେଉଛନ୍ତି ଏହି ଉଚ୍ଚ ଶିକ୍ଷିତ ଯୁବକ ।

କଟକ ବାଦାମବାଡି ବସଷ୍ଟାଣ୍ଡରେ ଏମିତି ଏକାଧିକ କୁଲି ଅଛନ୍ତି ଯେଉଁମାନେ ଗ୍ରାଜୁଏଟ୍ କିମ୍ବା ଆଇଟିଆଇଇ ଡିଗ୍ରୀ ଧାରୀ । ସରକାରୀ ଉଦାସୀନତାରୁ ବର୍ଷ ବର୍ଷ ଧରି କୁଲିଗିରି କରି ଆସୁଛନ୍ତି ବେକାର ଯୁବକ । ଚାକିରି ନପାଇ ନିଜର ଦୈନିକ ଗୁଜୁରାଣ ମେଣ୍ଟାଉଛନ୍ତି ଏହି କୁଲି କାମ କରି । ପାଠପଢି ବି ସେମାନେ ଆଜି ଅର୍ଥଉପାର୍ଜନ ପାଇଁ ହେଉଛନ୍ତି ହିନସ୍ତା ।