କଟକ ଭଗତପୁରରେ ଅଭାବନୀୟ ଘଟଣା : ହାତ ଗୋଡ ବନ୍ଧା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

39

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକ ଭଗତପୁରରେ ଅଭାବନୀୟ ଘଟଣା । ଡକାୟତି ଉଦ୍ୟମ ବେଳେ ମହିଳାଙ୍କୁ ହତ୍ୟା ସନ୍ଦେହ । ମୃତ ମହିଳା ଭଗତପୁରର ହାରାମଣି ସାହୁ । ହାତ ଗୋଡ ବନ୍ଧା ଅବସ୍ଥାରେ ମହିଳା ମୃତଦେହ ଉଦ୍ଧାର କରିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଧାନୀ କୁକୁର ସହ ସାଇଟିଂଫିକ ଟିମ ଘଟଣା ସ୍ଥଳରେ ପହଁଚି ଛାନଭିନ କରିଛି ।

ଡକାୟତି ବେଳେ ହାରାମଣୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟାକାଣ୍ଡ ପଛରେ ପରିବାର ଲୋକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ହାରାମଣୀଙ୍କ ପୁଅ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ଘରେ ରହୁଥିବା ଝିଅ ଓ ଜ୍ୟାଇଁ, ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି ।