ପାରଳା ଗଣ ଆତ୍ମହତ୍ୟା ମାମଲା : କ୍ରାଇମବ୍ରାଂଚ ଏସଆଇଟିର ତଦନ୍ତ ଆରମ୍ଭ

25

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ପହଂଚି ମହାରାଜଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଏସଆଇଟିର ୬ ଜଣିଆ ସଦସ୍ୟ ପାରଳା ଷଡଯନ୍ତ୍ର ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦେବା ପରେ ତତ୍ପର ହୋଇଛି ବିଭାଗ । ଜଣେ ଅତିରିକ୍ତ ଏସପି ଟିମର ନେତୃତ୍ୱ ନେଉଛନ୍ତି ।

ରୁଜୁ ହୋଇଥିବା ୪ଟି ଏଫଆଇଆର ଆଧାରରେ ତଦନ୍ତ କରୁଛି କ୍ରାଇମବ୍ରାଂଚ । ଇଓଡବ୍ଲ୍ୟୁର ଏକ ସ୍ୱତନ୍ତ୍ର ଟିମ ଜମିଜମା ଓ ଟଙ୍କା କାରବାରର ନେଇ ତଦନ୍ତ କରିବେ ବୋଲି କହିଛନ୍ତି କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଡିଜି । ସେପଟେ ମୃତ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର, ସଂଜୟ ପାତ୍ର ଓ ବିଜୟଲକ୍ଷ୍ମୀ ପାତ୍ରଙ୍କ ପୋଷାକ ଓ ତକିଆରୁ ୩ଟି ସୁଇସାଇଡ ନୋଟ୍ ମିଳିଛି । ପୁଲିସ ଡିଜି କେବି ସିଂହ ଏନେଇ ସୂଚନା ଦେଇଛନ୍ତି । ସୁଇସାଇଡ ନୋଟ୍ ଆଧାରରେ ମଧ୍ୟ ତଦନ୍ତ ଆଗେଇବ ବୋଲି ଜଣାପଡିଛି।