କୁନ୍ଦୁଲି ପୀଡିତାଙ୍କୁ ନେଇ ଘନଉଛି ବିବାଦ ! ତଦନ୍ତ ପାଇଁ କୋରାପୁଟରେ ପହଚିଂଲା କ୍ରାଇକବ୍ରାଂଚର ୪ଜଣିଆ ଟିମ

29

କନକ ବ୍ୟୁରୋ : କୋରାପୁଟରେ କ୍ରାଇମବ୍ରାଂଚ ଟିମ । କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଂଚର ୪ ଜଣିଆ ଟିମ କୋରାପୁଟରେ ପହଚିଂଛନ୍ତି । ମେଡିକାଲ ରିପୋର୍ଟ, ପୀଡିତାଙ୍କ ପରିବାରର ବୟାନ ଓ ଯବାନଙ୍କ ସଂପୃକ୍ତି ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରାଯିବ । ଏସଆରପିସି ଏଡିଜି ମହେନ୍ଦ  ପ୍ରତାପ ପୀଡିତାଙ୍କୁ ଗଣଦୁଷ୍କର୍ମ ହୋଇନଥିବା ବୟାନ ପରେ ଘଟଣାକୁ ନେଇ ବିବାଦୀୟ ସ୍ଥ୍ିତି ସୃଷ୍ଟି ହୋଇଥିଲା  । କୋରାପୁଟ ଏସପି ମଧ୍ୟ ସମାନ କଥା କହିଥିଲେ ।

ଏହା ପରେ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରାଇମବ୍ରାଂଚ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲୋ  ଗଠନ ହୋଇଥିବା କ୍ରାଇମବ୍ରାଂଚର ୪ ଜଣିଆ ଟିମରେ କ୍ରାଇମବ୍ରାଂଚର ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ନେତୃତ୍ୱ ନେଇଛନ୍ତି ।ଅନ୍ୟ ୩ ଜର ଅଫିସର ତାଙ୍କୁ ତଦନ୍ତରେ ସହଯୋଗ କରିବୋ

ଗତ କିଛିଦିନ ପୂର୍ବେ ବିଜେଡି ନେତା ବିଷ୍ଣୁ ଦାସ କୁନ୍ଦଲି  ଗଣଦୁଷ୍କର୍ମ ପାଇଁ ଯବାନଙ୍କୁ ଦାୟୀ କରିଥିଲେ । ଏହାସହ ଏହି ଘଟଣା ପାଇଁ କ୍ରାଇମବ୍ରାଞ୍ଚ  ତଦନ୍ତର ଦାବି କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଖପ୍ପା ହୋଇଥିଲେ । କିନ୍ତୁ ବିଷ୍ଣୁଙ୍କ ଉପରେ ଖପ୍ପା ହେବାର ଦିନ କେଇଟା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦୋ ଦେଇଥିଲେ ନବୀନ । ଏସବୁ ଭିତରେ କୁନ୍ଦୁଲି ପିଡୀତାଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା ।