ଦଶପଲ୍ଲା ଭୋଗରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା! ଅଟୋ-ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ମୃତ,୪ ଗୁରୁତର

47

କନକ ବ୍ୟୁରୋ : ବନ୍ଧୁଙ୍କ ଶବକୁ କାନ୍ଧ ଦେଇ ଫେରୁଥିଲେ । କିନ୍ତୁ ଜାଣିନଥିଲେ ତାଙ୍କ ପାଇଁ ମଧ୍ୟ ଆଉ କିଛି ସମୟ ପରେ କୋକେଇ ବନ୍ଧା ହେବାକୁ ଯାଉଛି । ବନ୍ଧୁଙ୍କ ଶୁଦ୍ଧ କାମ ସାରି ଫେରିବା ବାଟରେ ହିଁ ମୃତ୍ୟୁ ତାଙ୍କୁ ଯେମିତି ଅପେକ୍ଷା କରି ରହିଥିଲା । ଦଶପଲ୍ଲା ଭୋଗରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହିି ଦୁର୍ଘଟଣା ଘଟିଛି । ମୃତ ସଂପର୍କୀୟଙ୍କୁ ଦେଖିବାକୁ ଯାଇ ଫେରିବା ବେଳେ ଏଭଳି ଅଘଟଣ ଘଟିଛି ।