ଟ୍ରେନରେ ଗୋରୁ ଚାଲାଣକୁ ନେଇ ଭୁବନେଶ୍ୱର ଷ୍ଟେସନରେ ତୁମୁଳକାଣ୍ଡ ! ସୁବିଧା ଏକପ୍ରେସରୁ ୨୦ଗାଈ ଓହ୍ଲାଇନେଲେ ବଜରଙ୍ଗଦଳ ସଦସ୍ୟ

35

କନକ ବ୍ୟୁରୋ : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକ ଟ୍ରେନରୁ ୨୦ ଟି ଗାଇ ଉଦ୍ଧାର । ଏହାକୁ ନେଇ ଷ୍ଟେସନ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାରେ ସଂମ୍ପୃକ୍ତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ମାରପିଟ୍ କରି ଅଟକ ରଖିଛନ୍ତି । ଟ୍ରେନରେ ଗୋରୁ ଚାଲାଣ ହେଉଥିବାର ଖବର ପାଇ ବଜରଙ୍ଗଦଳ ଏବଂ ଗୋ ସୁରକ୍ଷା ବାହିନିର କମକର୍ତା ମାନେ ଷ୍ଟେସନରେ ପହଁଚିଥିଲେ ।

ତିନି ନମ୍ବର ପ୍ଲାଟଫର୍ମରେ ପହଁଚି ଟ୍ରେନ ବଗିରୁ ଗାଇଗୁଡିକୁ ଉଦ୍ଧାର କରିଥିଲେ । ଏହାସହିତ ବଗିରେ ଗୋ ଖାଦ୍ୟ ବସ୍ତା ସହିତ କେତେକ ଔଷଧ ଦେଖିବାକୁ ମିଳିଥିଲା । ତ୍ରିଚରାପଲ୍ଲୀ ର ସଲିମରୁ ଗାଇଗୁଡିକୁ ଗୈାହାଟିର ଏକ ଡାଏରି ଫାର୍ମକୁ ଟ୍ରେନ ମାଧ୍ୟମରେ ନିଆଯାଉଥିବା ଜଣାପଡିବା ପରେ ଉତେଜନା ଥମିଥିଲା ।