ନବୀନଙ୍କ ୪ର୍ଥ ପାଳିର ୩ୟ ବର୍ଷ ! ମନ୍ତ୍ରୀ ପରିଷଦ ବୈଠକ ପରେ ଆଜିଠାରୁ ବିଭାଗୱାରୀ ସମୀକ୍ଷା

15

କନକ ବ୍ୟୁରୋ : ନବୀନ ପଟ୍ଟନାୟକ ସରକାରର ୪ର୍ଥ ପାଳିର ୩ୟ ବର୍ଷ ରେ ଆଜିଠାରୁ ସବୁ ବିଭାଗର ବିଭାଗୱାରୀ ସମୀକ୍ଷା ଆରମ୍ଭ ହେଉଛି । ଏହି ସମୀକ୍ଷା ଆଜିଠାରୁ ୩୧ ତାରିଖାଯାଏଁ ଚାଲିବ । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସଏସ-ଏସଟି , ପଛୁଆ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସମୀକ୍ଷା ହେବ । ଏହାପରେ ସଂପୃକ୍ତ ମନ୍ତ୍ରୀ ପ୍ରେସମିଟ କରି ନିଜ ବିଭାଗର ସଫଳତା ବଖାଣିବେ ।

ଗତକାଲି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବୈଠକ ଡାକି ଲୋକଙ୍କ ପାଖରେ ସଫଳତା ବଖାଣିବାକୁ ମନ୍ତ୍ରୀଙ୍କୁ ଟିପ୍ସ ଦେଇଥିଲେ । ସେହିଅନୁସାରେ ଆଜିଠାରୁ ବିଭାଗୱାରୀ ସମୀକ୍ଷା ହେଉଛି । ଏଥିରେ ସଂପୃକ୍ତ ବିଭାଗର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ।