ରୋଜଗାର ଉପରେ ରାହୁଲ ଗାନ୍ଧୀଙ୍କ ଫୋକସ୍ ! କ୍ଷମତାକୁ ଆସିଲେ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୨୨ ଲକ୍ଷଙ୍କୁ ନିଯୁକ୍ତି ସୁଯୋଗ

164

କନକ ବ୍ୟୁରୋ : ଦିଲ୍ଲୀ ଗାଦି ହାସଲ କରିବା ପାଇଁ କିଏ କେତେ ଘୋଷଣା କରୁଛନ୍ତି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଦେଉଛନ୍ତି ନେତା । ଏହି କ୍ରମରେ ଚଳିତ ନିର୍ବାଚନ ପାଇଁ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଇସ୍ତାହାର ନାଁ କଂଗ୍ରେସ ‘ଜନ ଆୱାଜ’ ରଖିଛି କଂଗ୍ରେସ । ଘୋଷଣା ପତ୍ରରେ ଯୁବଗୋଷ୍ଠୀଙ୍କୁ ରୋଜଗାର ଦେବାପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

କଂଗ୍ରେସ କ୍ଷମତାକୁ ଆସିଲେ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୨୨ ଲକ୍ଷ ଖାଲି ପଡ଼ିଥିଲା ପଦବୀ ପୂରଣ ହେବ । ଏହାବ୍ୟତୀ ୧୦ ଲକ୍ଷ ଯୁବକଙ୍କୁ ଗ୍ରାମ ପଂଚାୟରେ ରୋଜଗାର ଦେବାପାଇଁ ମଧ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଘୋଷଣା ପତ୍ରରେ ଲେଖାଯାଇଛି ଗତ ୫ ବର୍ଷରେ ବେକାରୀ ବଢ଼ିଛି । ବର୍ତ୍ତମାନ ସମୟରେ ବେକାରୀ ହାର ୬.୧ ପ୍ରତିଶତ ସହ ୪୫ ବର୍ଷ ମଧ୍ୟରେ ସବୁଠାରୁ ଉଚ୍ଚତମ ସ୍ତରରେ ରହିଛି । ସରକାରୀ ତଥ୍ୟ ଅନୁସାରେ ଫେବୃୟାରୀ ପର୍ଯ୍ୟନ୍ତ ପାଖାପାଖି ୩.୧ କୋଟି ଲୋକ ଚାକିରି ସନ୍ଧାନରେ ଥିଲେ । ଆଉ ଏଥି ତଥ୍ୟରୁ ଅନୁମାନ ହେଉଛି ସ୍ପଷ୍ଟ ହେଉଛି ରୋଜଗାର ଦେବାରେ ମୋଦି ସରକାର ବିଫଳ । ୨୦୧୪ରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି ।

ବେକାରୀ ସମସ୍ୟା ଯୋଗୁଁ ଯୁବକ, ମହିଳା, ବ୍ୟବସାୟୀ, କୃଷକ, ଦିନ ମଜୁରିଆ ସମେତ ସମାଜରେ ସମସ୍ତ କ୍ଷେତ୍ରର ଲୋକେ ପ୍ରଭାବିତ ହେଉଛନ୍ତି । ଘୋଷଣା ପତ୍ର ଅନୁସାରେ କ୍ଷମତାକୁ ଆସିବା ପରେ କଂଗ୍ରେସ ନୃତନ ରୋଜଗାରକୁ ପ୍ରାଥମିକତା ଦେବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନୂଆ ଉଦ୍ୟୋଗ ଖୋଲଯିବ ।